ଭୀମଭୋଇ ସାମର୍ଥ୍ୟ ଶିବିର ରେ ୧୮୩ ଭିନ୍ନକ୍ଷମ ପଞ୍ଜୀକୃତ 

ଭୁବନ ,୧୦/୦୩/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ପ୍ରଶାସନ ତରଫରୁ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶିବିରରେ ଅସ୍ଥିଶଲ୍ୟ ୬୯ ଜଣ,ଦୃଷ୍ଟି ବାଧକ ୩୫ ଜଣ, ଶ୍ରବଣ ବାଧକ ୩୧ ଜଣ ,ମାନସିକ ଅନଗ୍ରସର ୨୯ ଜଣ ଓ ଅନ୍ୟାନ୍ୟ ୧୯ ଜଣ ସମୁଦାୟ ୧୮୩ ଜଣ ଭିନ୍ନକ୍ଷମଙ୍କୁ ବିଶେଷଜ୍ଞ ଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା ।

ବିଡିଓ ଶ୍ରୀମତୀ ଆୟୁସୀ  ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଡାକ୍ତର ମାନେ ପଞ୍ଜୀକୃତ ୧୮୩ ଜଣ ଭିନ୍ନକ୍ଷମ ଙ୍କୁ ପରୀକ୍ଷା କରି ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କୁ ଉପକରଣ,ଔଷଧ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ କୁମାର ସ୍ବାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ବର ସେଠୀ , ଭୁବନ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଜନ କୁମାର ମିଶ୍ର,ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମିଶ୍ର ଓ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ମହିଳା ମହାବିଦ୍ୟାଳୟ ର ଏନ୍ ଏସ ଏସ , ପିଏମ୍ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଏବଂ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *