ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବିଶ ମାନଙ୍କର ଯୋଜନା ଓ ସଂଯୋଜନ ବିଭାଗ ପରିଦର୍ଶନ

ଭୁବନେଶ୍ୱର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା୨୦୨୨ବ୍ୟାଚର ୬ଜଣ ଓ ୨୦୨୩ ବ୍ୟାଚର ୮ଜଣ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ଅଧିକାରୀ(ଆଇଏଏସ ପ୍ରୋବେସନର) ଶନିବାର ଲୋକସେବା ଭବନରେ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀମତୀ ଅନୁଗର୍ଗଙ୍କୁ ସାକ୍ଷାତ କରିଥିଲେ।ଏହି ଅବସରରେ ଆଇଏଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କର ବିଭିନ୍ନ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।ଏଜେଣ୍ଡା-୨୦୩୦ର କାର୍ୟ୍ୟକାରିତା ଦିଗରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ତଥା ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥିଲା।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀମତୀ ଗର୍ଗ ନାଗରିକ-କୈନ୍ଦ୍ରିକ ଶାସନ ଉପରେ ଆଲୋକପାତ କରିବାସହ ଅଧିକାରୀ ପ୍ରଶିକ୍ଷାର୍ଥୀ ମାନେ ପ୍ରଶିକ୍ଷଣ ପରେ ଆଗାମୀ ଦିନରେ ବିଭିନ୍ନ ପଦପଦବୀରେ ନିଜର ପ୍ରଶାସନିକ ଦାୟିତ୍ୱ ନିର୍ବାହ କରିବାକୁ ଥିବାବେଳେ ନିରନ୍ତର ବିକାଶ ଲକ୍ଷ୍ୟ ରଖି ସେମାନେ ଅନ୍ତର୍ଭୁକ୍ତିକରଣ, ସମାନତାର ନୀତିକୁ ବଜାୟ ରଖିବା ସହ ବିକାଶ ପ୍ରକ୍ରିୟାରେ କେହି ଯେପରି ପଛରେ ପଡ଼ି ନଯା’ନ୍ତି, ତାହାକୁ ଦୃଷ୍ଟିଦେଇ ହାରାହାରି ଓ ସାମଗ୍ରିକ ପ୍ରଗତିର ଆକଳନଠାରୁ ଆଗକୁ ବଢ଼ିବାପାଇଁ ବିଭିନ୍ନ ସ୍ତରରେ ଥିବା ସବୁବର୍ଗର ଜନସଂଖ୍ୟା ଗୋଷ୍ଠୀଙ୍କୁ ସାମିଲ କରି ପ୍ରଗତିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହା ପୂର୍ବରୁଏହି ସମସ୍ତ ଆଇଏଏସ ପ୍ରୋବେସନର ରାଜୀବ ଭବନସ୍ଥିତ ଜଳସମ୍ପଦ ବିଭାଗରେ ନିର୍ମାଣ ନିଗମଲି. (ଓସିସିଏଲ) ତରଫରୁ ଆଗାମୀ ଲକ୍ଷ୍ୟ ଓ କାର୍ୟ୍ୟ ସଂପର୍କିତ ଏକ ଉପସ୍ଥାପନା କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *