ବିଜେଡ଼ି ନେତାଙ୍କ ହୃଦଘାତରେ ମୃତ୍ୟୁ,ଶୋକର ଛାୟା,

ଶଵ କାନ୍ଧେଇଲେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି

କଟକ ସଦର ,୧୦/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତର ବିଜେଡ଼ି ନେତା, ପୂର୍ବତନ ସମିତି ସଭ୍ୟା ତଥା କଟକ ସଦର ବ୍ଲକ ମହିଳା ବିଜେଡ଼ି ସଭାପତି  ଇଲାଵତୀ ବି ଷୋୟୀ ଙ୍କ ସ୍ୱାମୀ ପବିତ୍ର କୁମାର ବିଷୋୟୀ (ଵାଲୁ)ଙ୍କର ୫୫ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି।ସିଏ ଜଣେ ମିଷ୍ଟଭାଷୀ ଅମାୟିକ ଓ ପରୋପକାରୀ ଥିଲେ। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏଥିପାଇଁ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ଯୁବ ନେତା ସତ୍ୟ ସିଦ୍ଧାନ୍ତ ଦାଶ, ସୁରେଶ ବିଶୋଇ, ଇନ୍ଦୁ ଭୁଷଣ ବେହେରା,ଶରତ ରାୟ, ଦିପୁ ମଣ୍ଡଲ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକଵ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *