ଭାରତୀୟ ନ୍ୟାୟ ସଂହିତାରେ ଗୋଷ୍ଠି ସହାଭାଗିତାରେ ବିଚାର ପ୍ରକ୍ରିୟା ଉପରେ କର୍ମଶାଳା

ଭୁବନେଶ୍ୱର, ୨୮ /୮/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ନ୍ୟାୟ ସଂହିତାରେ ଗୋଷ୍ଠି ସହାଭାଗିତା ବିଚାର ପ୍ରକ୍ରିୟାକୁ ଏକ ବିକଳ୍ପ ଦଣ୍ଡ ବ୍ୟବସ୍ଥା ଭାବେପ୍ରତିପାଦିତ କରାଯାଇଥିବାରୁ, ବୁଧବାର ସ୍ନେହ ସଂଗଠନ ପକ୍ଷରୁ ଅନୁଷ୍ଠିତ କର୍ମଶାଳାରେ ତାର ବ୍ୟବହାରିକ ଦିଗ ଓ ପ୍ରାସଙ୍ଗିକତା ଉପରେ ଆଲୋଚନା କରାଯାଇଥିଲା ।
ସ୍ନେହ ସଭାପତି ଶ୍ରୀମତୀ ସୁବର୍ଣ୍ଣା ଘୋଷଙ୍କ ସଭାପତିତ୍ବରେ ଭୁବନେଶ୍ୱରସ୍ଥ ସଂପ୍ରିତି ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଭାରତୀୟ ନ୍ୟାୟ ସଂହିତାରେ ସନିବିଶିଷ୍ଠ କେତକ ପ୍ରାବଧାନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।
ସଦ୍ୟ ପ୍ରସ୍ତୁତ ଭାରତୀୟ ନ୍ୟାୟ ସଂହିତାରେ ଗୋଷ୍ଠି ସହଭାଗିତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ କିଭଳିଭାବେ ଗୋଷ୍ଠି ସେବାଦ୍ୱାରା କିଭଳି ଛୋଟଛୋଟ ଅପରାଧକୁ ସମାଧାନ କରାଯାଇପାରିବ ଏବଂ ଉଭୟ ଅପରାଧୀ ଓ ପୀଡିତ ବ୍ୟକ୍ତିଙ୍କୁ ବସାଇ ଗୋଷ୍ଠି ଦ୍ୱାରା ସମାଧାନ କରାଯାଇପାରିବ ଯଦ୍ୱାରା ଉଭୟେ ନ୍ୟାୟ ଓ ଶାନ୍ତି ପାଇପାରିବେ । ଫଳସ୍ୱରୂପ ଥାନାକୁ ଅଧିକ କେସ ଯିବନି ଓ ଆମର ଜେଲ ସବୁ ଅଯଥା ଭିଡ ହେବନି ।
ସ୍ନେହସଭା ନେତ୍ରୀ ସୁବର୍ଣା ଘୋଷଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଅଥିତିଭାବେ ଯୋଗଦେଇ କମିସନରେଟ ପୋଲିସର ବରିଷ୍ଠ ଏସିପି ଶରତ ଚନ୍ଦ୍ର ସାହୁ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ ଗୋଷ୍ଠି ପୋଲିସ ପ୍ରକ୍ରିୟା ଉପରେ ପ୍ରାଞ୍ଜଳ ଆଲୋଚନାକରି କେଉଁଭଳି ଭାବେ ଆମେ ‘କମ୍ୟୁନିଟି ପୋଲିସି’ ଚିନ୍ତାଧାରାକୁ ବ୍ୟାପକ କରି ମଦ, ଡ୍ରଗସ, ଓ ଅନନ୍ୟା ନିଶା କାରବାର କୁ କମାଇ ଗୋଷ୍ଠି ସହାୟତାରେ ଅପରାଧକୁ କମାଇବା । କର୍ମଶାଳାରେ ଅନ୍ୟ ବିଶିଷ୍ଟ ଅଥିତି ଙ୍କ ମଧ୍ୟରେ ପୂର୍ବତନ ଜ଼ିଲ୍ଲା ପୋଲିସ ଅଧିକ୍ଷକ ସୀତାରାମ ଶତପଥି, ଆଇନ ବିଶାରଦ ଡକ୍ଟର ବିଜୟ ଚନ୍ଦ୍ର ମହାପାତ୍ର, ହାଇକୋର୍ଟ ଓକିଲ ନରେଶ ଚନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ସାମାଜିକ କର୍ମୀ ସୁବାଷ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାକୁ ସ୍ନେହର ପ୍ରକଳ୍ପ ସଂଯୋଜକ ଦିବାକର ମାହାଳି ଓ ସ୍ୱସ୍ତିକା ଷଡ଼ଙ୍ଗୀ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *