ବାଲିକୁଦାରେ ସମ୍ବର୍ଦ୍ଧନା ଉତ୍ସବ

କଟକ ୧୦/୦୩/୨୦୨୬ (ଓଡିଶା ସମାଚାର / ଅଭୟ ଜେନା ) କଟକ ‌ମହାନଗର ନିଗମର ୫୬ ନମ୍ବର ଓ୍ୱାର୍ଡ ବାଲିକୁଦା ରଜକ ସାହିସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ଵୁଢୀ ମଙ୍ଗଳାଙ୍କ ୪୦ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଆମ୍ବେଦକର ସ୍ମୃତି ପରିଷଦ ଏବଂ ରାଜପଥ ଯାତ୍ରୀ ସୁରକ୍ଷା ମଞ୍ଚ ପକ୍ଷରୁ ସମାଜସେଵୀ ସୁକାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ଦାସ, ସଂଘର ସମ୍ପାଦକ ସଂଗ୍ରାମ କୁମାର ଦାସ, ସଭାପତି ଜ୍ୟୋତି ରଞ୍ଜନ ସିଂହ ଉପସଭାପତି ସତ୍ୟଜିତ ସିଂହ କୋଷାଧ୍ୟକ୍ଷ ଅଭିଷେକ ବେହେରା ସମେତ ବିଭିନ୍ନ ସଂଗଠନର ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବକୁ ବୁଢ଼ୀ ମଙ୍ଗଳା ନାଗରିକ କମିଟିର ସଭାପତି ନିରଞ୍ଜନ ସେଠୀ ଓ ସମ୍ପାଦକ ଆକାଶ ସେଠୀ ଏବଂ ସଂଗଠନର ସଦସ୍ୟମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *