କଟକ ସଦର,୨୯/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାରା ଦେଶରେ ସେଵା ପକ୍ଷ ପାଳନ ଅବସରରେ କଟକ ସଦର ବ୍ଲକ ଅନ୍ତର୍ଗତ ଧରିଣା ପଞ୍ଚାୟତ ପାରାଵିଲ୍ ଠାରେ ଆଜି ଦଶହରା ମହାସପ୍ତମୀ ସୋମବାର ପୂର୍ବାହ୍ନରେ ‘ସ୍ୱଛତା ହିଁ ସେବା’ ଅଭିଯାନରେ ସ୍ୱଚ୍ଛତା ଉତ୍ସବ ପାଳନ କରାଯାଇଥିବା ଜଣାପଡିଛି।

ସ୍ୱଚ୍ଛ ମିଶନର ଏକ ପଦକ୍ଷେପ ସ୍ବରୂପ ଉକ୍ତ ଉତ୍ସବକୁ ସରପଂଚ ରତ୍ନାକର ରାଉତ ଉଦଘାଟନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଏଥିରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ହିଁ ସେବା ଉପରେ ଆଲୋକପାତ କରିଥିଲେ। ବିଶ୍ୱଜିତ୍ ବାଡି ଓ ବିଶ୍ୱଜିତ ଶତପଥୀ ଙ୍କ ନେତୃତ୍ଵରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ସଂଯୁକ୍ତା ଦାଶ, ଅଙ୍ଗନବାଡି କର୍ମୀ ସରୋଜିନୀ ଦାଶ,ଇସି ସଭ୍ୟା ସୋନାଲି ମୁଦୁଲି, ସସ୍ମିତା ରାଉତରାୟ,ଅମୀୟ ବେହେରା,ପ୍ରଣୟ ବେହେରା, କାଳନ୍ଦୀ ଭୋଇ, ମୁନା ଭୋଇ ପ୍ରମୁଖ ଶତାଧିକ ସ୍ୱଚ୍ଛ ପ୍ରେମୀ ଯୋଗ ଦେଇ ଧବଳେଶ୍ବରୀ ମନ୍ଦିର ଠାରୁ ରାଧାମାଧଵ ମନ୍ଦିର ପର୍ଯ୍ୟନ୍ତ ଗ୍ରାମ ସଫେଇ କରିବା ସହିତ ପ୍ରତ୍ୟୋକ ଘରେ ସ୍ୱଚ୍ଛତା ଉପରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ।
