ଭୁବନ ୦୯/୦୩/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ବ୍ରାହ୍ମଣ ଶାସନ ପକ୍ଷରୁ ଦୋଳ ଉତ୍ସବ ତୃତୀୟା ଓ ଚତୁର୍ଥ ଦୋଳ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଫଗୁ ଦଶମୀ ଠାରୁ ରାଧାକୃଷ୍ଣଙ୍କୁ ଘରକୁ ଘର ଚାଚେରୀରେ ନିଆ ଯାଇଥିଲା। ତୃତୀୟା ଦୋଳରେ ଗ୍ରାମରେ ପୂଜା ପାଉଥିବା ଦେବାଦେବୀ ମାନଙ୍କୁ ଦୋଳ ଯାତ୍ରାକୁ ନିମନ୍ତ୍ରଣ କରାଯାଇଥିଲା। ସନ୍ଧ୍ୟାରେ ରୋଷ ପଟୁଆରରେ ରାଧାକୃଷ୍ଣଙ୍କୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଇଥିଲା।
ଏହି ଅବସରରେ ଦୁଇ ଦିନ ଧରି ଯାତ୍ରା ପରିବେଷଣ କରାଯାଇଥିଲା। ଏହାକୁ ବ୍ରାହ୍ମଣ ସମାଜର ସଭାପତି କାର୍ତ୍ତିକେଶ୍ୱର ପଣ୍ଡା ଉଦଘାଟନ କରିଥିଲେ। ଅତିଥି ଭାବେ ଅବସରପ୍ରାପ୍ତ ଇଞ୍ଜିନିୟର ଗଗନ ବିହାରୀ ଦାଶ,ଶିକ୍ଷକ ତଥା ନିର୍ଦ୍ଦେଶକ ଜୟରାମ ମହାନ୍ତି, ଅଭିନେତା ପଙ୍କଜ ନାୟକ, ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ତଥା ଅଭିନେତା ରମାକାନ୍ତ ପାଣିଗ୍ରାହୀ, ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ମହେଶ୍ୱର ଦାଶ, ବ୍ରହ୍ମାନନ୍ଦ ଦାଶ ,ବିଜୟ ପାଣିଗ୍ରାହୀ , ଅଶୋକ ଦାଶ, ହେମନ୍ତ ଦାଶ ,ଶ୍ରୀନିବାସ ଦାଶ, ରଞ୍ଜନ ଦାଶ, ଯତୀନ ମିଶ୍ର,ପ୍ରମୋଦ ଶତପଥୀ,ରାଜୀବ ମିଶ୍ର, ଅରବିନ୍ଦ ପାଣିଗ୍ରାହୀ, ପ୍ରେମାନନ୍ଦ ଦାଶ, ଜନ୍ମେଜୟ ପଣ୍ଡା, ସୁଧାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦୋଳ ଉତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବ୍ରାହ୍ମଣ ସମାଜର ସମ୍ପାଦକ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ତଥା ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ ସଂଯୋଜନା କରିଥିଲେ।
