କଟକ ସଦର,୧୦/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡି଼ଶାର ପ୍ରଖ୍ୟାତ ରାଜନୀତିଜ୍ଞ,ସୁ ସାହିତ୍ୟିକ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି କଟକ ମହାନଗର ନିଗମ ପକ୍ଷରୁ ଦୟାଶ୍ରମ ରୋଡରେ ଉନ୍ମୋଚନ ହୋଇଯାଇଛି। ପ୍ରତିମୂର୍ତ୍ତିକୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍
ଟିସ ଅନଙ୍ଗ ପଟ୍ଟନାୟକ ଉନ୍ମୋଚନ କରିଥିଲେ।
ଏହି ଅବସରରେ କଟକ ମହାନଗର ନିଗମ ମେୟର ସୁବାସ ସିଂହ ଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବାରବାଟି-କଟକ ବିଧାୟିକା ସୋଫିଆ ଫିରଦୋସ, ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା,ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ସଂପାଦକ ଡକ୍ଟର ଗୋବିନ୍ଦ ଭୁୟାଁ ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଜାନକୀ ପ୍ରେମୀ ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ହେଲେ ଜାନକୀ ବାବୁଙ୍କ ଏଭଳି ମୁଦ୍ରାରେ ନିର୍ମିତ ପ୍ରତିମୂର୍ତ୍ତିକୁ ଜାନକୀ ପ୍ରେମୀ ମାନେ ନାପସନ୍ଦ କରିଛନ୍ତି।
