ନରସିଂହପୁର,୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ଶୁକ୍ରବାର ବିଳମ୍ବିତ ରାତିରେ କଟକ ଜିଲା ନରସିଂହପୁରର ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗ୍ରାମରେ କଲରା ପତୁରିଆ ବାଘ ଓ ମଣିଷ ଲଢେଇରେ ବାଘର ମୃତ ହୋଇଛି । ମଣିଷ ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ମୁହାଁମୁହିଁ ହୋଇଥିଲେ। ବାଘଟିର ବୟସ ପ୍ରାୟ ପାଞ୍ଚବର୍ଷ ବୋଲି ଜଣାପଡିଛି। ବାଘ ଓ ମଣିଷ ଲଢେଇରେ ବାଘର ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଯୁବକ ଜଣକ ଗୁରୁତର ହୋଇଥିଲା।.
ସୂଚନା ଅନୁଯାୟୀ ଜୟପୁର ଗ୍ରାମର ଶୁଭ୍ରାଂଶୁ ଭୋଳ (୨୬) ତାଙ୍କର ଆନନ୍ତପ୍ରସାଦ ସ୍ଥିତ ଫାର୍ମରେ ରାତିରେ ରୁହନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚିତାବାଘ ପ୍ରଥମେ ବାହାରେ ଥିବା ତାଙ୍କ କୁକୁରକୁ ଆକ୍ରମଣ କରିଥିଲା। ଏହାପରେ କୁକୁରଟି ଭୁକିଥିବାରୁ ଶୁଭ୍ରାଂଶୁ କବାଟ ଖୋଲି ବାହାରକୁ ଆସିଥିଲେ। ବାହାରକୁ ଆସିବା ମାତ୍ରେ ବାଘଟି ଶୁଭ୍ରାଂଶୁଙ୍କୁ ଝାମ୍ପି ଥିଲା। ସେହି ସମୟରେ ଶୁଭ୍ରାଂଶୁ ଘର ବଭିତରକୁ ପଶି ଯାଇଥିଲା।
ତାର ପଛେ ପଛେ ବାଘଟି ଘର ଭିତରକୁ ପଶି ଯାଇ ଶୁଭ୍ରାଂଶୁଙ୍କୁ ଆକ୍ରମଣ କରିଥିଲା। ସେହି ସମୟରେ ବାଘ ସହିତ ଶୁଭ୍ରଂଶୁ ଜୀବନ ବିକଳରେ ଲଢେଇ କରି ପଡ଼ିଥିବା ଏକ ଧରୁଆ ଆସ୍ତ୍ର (ଛୁରୀ )ରେ ବାଘର ଜୀବନ ନେବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବନ କର୍ମଚାରୀ ଜାଣିବା ପରେ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ପରେ ଘଟଣା ସ୍ଥଳରେ ବନବିଭାଗ ଅଧିକାରୀ ରେଞ୍ଜେର ପ୍ରଦୀପ କୁମାର ନାୟକ ପହଂଚି ମୃତ ବାଘକୁ ଘର ଭିତରୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ।
ଗୁରୁତର ଅବସ୍ଥାରେ ଶୁଭ୍ରଂଶୁଙ୍କୁ ପ୍ରଥମେ ନରସିଂହପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ରେଞ୍ଜେର ଶ୍ରୀ ନାୟକ କହିଛନ୍ତି। ଶନିବାର ଘଟଣା ସ୍ଥଳରେ ଆର ସିସି ଏଫ ସଞ୍ଜୟ କୁମାର ସ୍ୱାଇଁ, ଏସିଏଫ ମନୋଜ କୁମାର ପତ୍ର ପହଁଞ୍ଚି ବାଘର ଶବକୁ ପ୍ରାଣୀ ଚିକିତ୍ସକ ଙ୍କ ଦ୍ୱାରା ବ୍ୟବଛେଦ କରାଯାଇ ପୋତି ଦିଆଯାଇଥିଲା। ଏହାପରେ ଧରୁଆ ଅସ୍ତ୍ରଟିକୁ ବନବିଭାଗ ଜବତ କରିଛି। ପ୍ରକାଶ ଥାଉକି ବହୁ ସମୟରେ ନରସିଂହପୁର ବନାଞ୍ଚଳ ଦାୟିତ୍ୱରେ ଥିବା ଏସିଏଫ ଅନୁପସ୍ଥିତ ରହୁଥିବା ଯେ।ଗୁଁ ନାନାଦି ଅସୁବିଧା ହେଉଥିବାରୁ ଗ୍ରାମାଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।
