କଟକ ସଦର, ୦୯/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଠାରେ ଆଜି ସୋମବାର ଦିନ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଚାର ପ୍ରସାର ଅଭାବରୁ ଅଭିଯୋଗକାରୀଙ୍କ ଉପସ୍ଥିତି ନୈରାଶ୍ୟଜନକ ଥିବା ବେଳେ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଥିଲା। ଯେଉଁଥିପାଇଁ ଜିଲ୍ଲାପାଳ ମାତ୍ର ୧୫ ମିନିଟ୍ ଶିବିରରେ ରହି ପଳାଇଥିଲେ। ପ୍ରଚାର ପ୍ରସାର ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ତହସିଲଦାର ଉପେକ୍ଷା କରୁଥିବାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।
ଶିବିରରେ ଅତିରିକ୍ତ ଜିଲ୍ଲାପାଳ କମଲଜିତ୍ ଦାସ, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, କଟକ ସଦର ଵିଡିଓ ପ୍ରତୀକ ସାହୁ, ସାଲେପୁର ଵିଡିଓ ଲୋପାମୁଦ୍ରା ନାୟକ ଙ୍କ ସମେତ କୃଷି, ଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ,ଜଳ ସଂପଦ, ପାନୀୟ ଜଳ ଯୋଗାଣ, ପୋଲିସ,ଯୋଗାଣ, ପରିମଳ,ପଶୁ ସଂପଦ, ବିଦ୍ୟୁତ୍, ଜଙ୍ଗଲ ପ୍ରଭୃତି ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗ ଦେଇଥିଲେ। ଶିଶିର ପରିଚାଳନାରେ ତହସିଲଦାର ତଥା ଉପ ନିବନ୍ଧକ କ୍ଷିରୋଦ କୁମାର ଦାଶ, ଅତିରିକ୍ତ ତହସିଲଦାର ଜୈ।ତିରଞ୍ଜନ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ସହାୟତା କରିଥିଲେ। ଶିବିରରେ ୪୧ ଅଭିଯୋଗ ପଞ୍ଜିକୃତ ହୋଇଥିବା ଜଣାପଡିଛି।
