‘ଆକା’ ଆମେଚର କପ୍-୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କେନ୍ଦ୍ରାପଡା ଡିସିସି ଚମ୍ପିୟାନ

କଟକ ସଦର, ୦୯/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ଆଞ୍ଚଳିକ କଳା ଓ କ୍ରୀଡ଼ା ଅନୁଷ୍ଠାନ (ଆକା) ପକ୍ଷରୁ ଚାଲିଥିବା ତୃତୀୟ ବାର୍ଷିକ ଅଲ୍ ଓଡ଼ିଶା ଆକା ଆମେଚର କପ୍-୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଗୁରୁବାର ଦିନ ଉଦଯାପିତ ହୋଇଛି। ଆଜିର ଫାଇନାଲ ମ୍ୟାଚରେ ପଶ୍ଚିମବଙ୍ଗ ସୁହାନୀ-୧୧ କୁ ହରାଇ କେନ୍ଦ୍ରାପଡା ଡିସିସି ଚମ୍ପିୟାନ ହୋଇଥିବା ଜଣାପଡିଛି। ଏହି ଅବସରରେ ‘ଆକା’ର ସଭାପତି ଇଂ ଦେବବ୍ରତ ପାତ୍ର (ପିଣ୍ଟୁ)ଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ବିଜେତା ଟିମ୍ କୁ ୮୦ ହଜାର ଟଙ୍କା ଓ ଉପ ବିଜେତା ଟିମ୍ କୁ ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଖେଳ ଦେଖିବାକୁ ପଡ଼ିଆରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *