ପୂର୍ବତନ ବିଧାୟକ ଆସିଲେ ନାହିଁ
କଟକ ସଦର , ୦୫/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) -କଟକ ସଦର ଅନ୍ତର୍ଗତ କିଶନନଗର ଓ ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିକଟରେ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୧୦ ତମ ଜୟନ୍ତୀ ଉପଲକ୍ଷେ ଆଜି ଗୁରୁବାର ଦିନ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି।
କିଶନନଗର ଠାରେ କଟକ ସଦରର ଜଣାଶୁଣା ଯୁବ ବିଜେଡି ନେତା, ସଂଗଠକ, ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଙ୍କ ନେତୃତ୍ଵରେ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଙ୍କ ସମେତ ପ୍ରଶାନ୍ତ ଦାସ,ସୁରେଶ ବିଶୋଇ,ଗଗନ ମହାପାତ୍ର, ସଞ୍ଜୟ ବେହେରା, ସୁଧାକର ଖଟାଇ, ପବିତ୍ର ବିଶୋଇ,ଶିଵ ନାୟକ, କୃପାସିନ୍ଧୁ ସେଠୀ, କୃଷ୍ଣ ଚନ୍ଦ୍ର ସାହୁ, ପ୍ରଦୀପ ସାହୁ, ପ୍ରକାଶ ମହାପାତ୍ର,ଵାଦଲ ସାହୁ, ନରେନ୍ଦ୍ର ମଲ୍ଲିକ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।
ସେହିପରି କନ୍ଦରପୁର ପଞ୍ଚାୟତ ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ପ୍ରତିମୂର୍ତ୍ତି ନିକଟରେ କଟକ ସଦର ବ୍ଲକ ବିଜେଡି ସଭାପତି ବିଭୂତି ଭୂଷଣ ମହାନ୍ତି ଙ୍କ ନେତୃତ୍ଵରେ ପୂର୍ବତନ ସଭାପତି ପ୍ରମୋଦ ମହାପାତ୍ର ଙ୍କ ସମେତ ସମର ବେହେରା,ଶରତ ରାୟ, ରଜନୀକାନ୍ତ ସାହୁ,ଵିରଵର ଲେଙ୍କା, ବିଭୁତି ଭୁଷଣ ପରିଡ଼ା, ଶାରଦା ସ୍ୱାଇଁ, ପ୍ରମୋଦ ରାଉତ,କିଶୋର ସାହୁ ପ୍ରମୁଖ ବହୁ ବିଜୁ ପ୍ରେମୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ କଟକ ସଦର ରୁ ବିଜେଡ଼ି ଟିକେଟରେ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଦୁଇଦିନ ତଳେ କଟକ ସହରରେ ହୋଲି ଉତ୍ସବରେ ସାମିଲ ହୋଇଥିଲେ ହେଁ ସୈ।ଜନ୍ୟତା ଦୃଷ୍ଟିରୁ ବିଜୁବାବୁଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ନଦେବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
