କଟକ ସଦର, ୦୪/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା ବରାଳ ଠାରେ ଆଜି ବୁଧବାର ହୋଲି ଅବସରରେ ରାଜ୍ୟର ଅଗ୍ରଣୀ ‘ଓଡିଶା ରାଷ୍ଟ୍ରଵାଦୀ ସଂଘ’ ପକ୍ଷରୁ ସଭାପତି ଇଂ ଗିରିଜା ଶଙ୍କର ପତି ଙ୍କ ତତ୍ତ୍ୱାବଧାନରେ ୫ ମ ବାର୍ଷିକ ହୋଲି ମହୋତ୍ସବ ଧୁମଧାମରେ ପାଳନ କରାଯାଇଛି।
ଏଥିରେ ବିଜେପି ର ବହୁ ଆଗଧାଡିର କର୍ମୀ ଓ ନେତା ଙ୍କ ସମେତ ରାଜ୍ୟ କୃଷକ ସଂଗଠନ ର ସଭାପତି ଦେଵୀ ପ୍ରସାଦ ପତି,ପିୟୁସ ରଞ୍ଜନ ପରିଡ଼ା, ସଂଜୟ ସାହୁ, ଶ୍ରୀକାନ୍ତ ବେଉରା ପ୍ରମୁଖଙ୍କ ସମେତ ଶତାଧିକ ବ୍ୟକ୍ତିବିଶେଷ ସାମିଲ ହୋଇଥିବା ଜଣାପଡିଛି। ଏହି ଅବସରରେ ସଂଘର ସଭାପତି ଇଂ ପତି କଟକ ସଦର ଜନସାଧାରଣଙ୍କ ସୁଖ ସମୃଦ୍ଧି କାମନା କରିବା ସହିତ ସମସ୍ତଙ୍କ ଜୀବନରେ ହୋଲିର ରଙ୍ଗ ରଙ୍ଗମୟ ହେଉ ବୋଲି କାମନା କରିଥିଲେ।
