କେନ୍ଦ୍ରାପଡ଼ା,୦୩/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଉପକଣ୍ଠ ଗୋପଛକ-ବଗଡା ରାସ୍ତାର ବଡ଼ନାଇଁପୁର ଗ୍ରାମରେ ଥିବା ଶିରିଡି ସାଇ ମନ୍ଦିରର ୫ମବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିରିଡିସାଇ ବାବାଙ୍କ ମନ୍ଦିରରେ ପ୍ରତୁ୍ୟଷରୁ କାକଡ ଆରତୀ କରାଯାଇଥିଲା । ପରେ ରୀତିନୀତି ଅନୁଯାୟୀ ପୂଜା କରାଯିବା ସହ ହୋମଯଜ୍ଞ ଓ ପୂର୍ଣ୍ଣାହୁତି କରାଯାଇଥିଲା ।
ଏଥିସହିତ ମଧ୍ୟାହ୍ନରେ ଅନ୍ନଯଜ୍ଞ ମଧ୍ୟ କରାଯାଇଥିଲା । ସମୀର ଟିଭିଏସ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରତାପ କୁମାର ନାୟକ, ସମୀର କୁମାର ଚାନ୍ଦ, ହେମନ୍ତ ସାହୁ, ଲକ୍ଷ୍ମୀକାନ୍ତ ବେହେରା, କ୍ଷିତିଶ କୁମାର କର, ଚୈତନ୍ୟ ସ୍ୱାଇଁ, ଅନିଜା ଜେନା, ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିର ପୂଜକ ସମ୍ବିତ କୁମାର ଆଚାର୍ଯ୍ୟ ପୂଜା କାର୍ଯ୍ୟ ସମାପନ କରିଥିଲେ ।
