କଟକ ସଦର, ୦୪/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ବୁଧବାର ପବିତ୍ର ହୋଲି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ହୋଲି ସେଲିଵ୍ରେସନ କାର୍ଯ୍ୟକ୍ରମ ବଡ଼ ଧୁମ୍ ଧାମରେ ପାଳନ କରିଛନ୍ତି। ଏଥିରେ ବହୁ ଦଳୀୟ ଓ ନିର୍ଦଳୀୟ ବ୍ୟକ୍ତିବିଶେଷ ଯୋଗଦେଇ ବିଧାୟକ ଙ୍କୁ ଅବିର ଲଗାଇବା ସହିତ ତାଙ୍କର ରାଜନୈତିକ ଜୀବନ ରଙ୍ଗମୟ ହେଉ ବୋଲି କାମନା କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସେଠୀ କଟକ ସଦରଵାସୀଙ୍କର ସୁଖ ସମୃଦ୍ଧି କାମନା କରିବା ସହିତ ସମସ୍ତଙ୍କ ଜୀଵନ ହୋଲିର ରଙ୍ଗ ପରି ରଙ୍ଗମୟ ହେଉ ବୋଲି ତାଙ୍କ ବାର୍ତ୍ତାରେ କହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କଳ ବିକାଶ ପରିଷଦ ର ସଭାପତି ଇଂ ପ୍ରଭାତ କୁମାର ସେଠୀ, କ୍ଷିତେନ୍ଦ୍ର ମିତ୍ର, ନେମାଳ ମଣ୍ଡଳ ବିଜେପି ସଭାପତି ମୀନକେତନ ମହାନ୍ତି, ଉତ୍ତରକୁଳ ମଣ୍ଡଳ ସଭାପତି ରଘୁନାଥ ଚୈ।ଧୁରୀ, ପ୍ରମୋଦ ସେଠୀ,ଵାପି ନନ୍ଦ, ସଂଜୟ ସାମଲ,ଦୀପୁ ସାହୁ, ହିମାଂଶୁ ଶେଖର ମହାନ୍ତି, କାର୍ତ୍ତିକ ସାହୁ ପ୍ରମୁଖ ସହାୟତା କରିଥିଲେ।
ଏଥିରେ ବରିଷ୍ଠ ବିଜେପି ନେତା ହୃଷିକେଶ ଜେନା, ଅଶୋକ ସାହୁ,ଅଭୟ ସ୍ୱ।ଇଂ, ଜଣାଶୁଣା ଯୁବ ସଂଗଠକ ଇଂ ସତ୍ୟ ସିଦ୍ଧାନ୍ତ ଦାଶ, ସାରଦା ନାୟକ ପ୍ରମୁଖ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇ ବିଧାୟକ ଙ୍କୁ ରଙ୍ଗ ମାରିଥିଲେ। ସେହିପରି କଟକ ଵିହାରୀଵାଗ ଠାରେ ସାଂସଦ ଭର୍ତୃହରି ମହତାବ ଙ୍କ ପକ୍ଷରୁ ଆୟୋଜିତ ହୋଲି ମିଳନ ଉତ୍ସବରେ ବହୁ ବ୍ୟକ୍ତିବିଶେଷ ଙ୍କ ସମେତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସାମିଲ ହୋଇଥିଲେ।
