ଗରଦପୁର ବ୍ଲକ୍ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ

ପାଟକୁରା,୦୫/୦୯/୨୦୨୫ (ଓଡିଶା ସମାଚାର)- ଗରଦପୁର ବ୍ଲକ୍ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ଗ୍ରାମ ପଞ୍ଚାୟତ ଅଧୀନ ପରକଣା ଗ୍ରାମରେ ଆଜି ଶୁକ୍ରବାର ଅପରାହ୍ନରେ ପବିତ୍ର ଗୁରୁ ଦିବସ ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ ମଧ୍ୟ ମଂଚାସୀନ ଥିଲେ ।

ଆଜି ପବିତ୍ର ଗୁରୁଦିବସରେ ଏହି ବିଦ୍ୟାଳୟ ଉଦଘାଟିତ ହୋଇଥିବାରୁ ମୁଖ୍ୟବକ୍ତା ବିଧାୟକ ମହାପାତ୍ର ଖୁସିବ୍ୟକ୍ତ କରିଥିଲେ । ଜୀବନକାଳରେ ଗୁରୁ ହିଁ ମନୁଷ୍ୟର ମାର୍ଗ ଦର୍ଶକ ହୋଇ ଥାଏ । ବିନାଗୁରୁଙ୍କ ଦିଗଦର୍ଶନରେ ଜଣେ ଭଲ ମଣିଷ ହୋଇ ପାରେନା । ସର୍ବପଲ୍ଲୀ ଡକ୍ଟର ରାଧାକୃଷ୍ଣନ ଙ୍କ ଜନ୍ମ ଦିନରେ ସାରା ଭାରତ ବର୍ଷରେ ଗୁରୁ ଦିବସ ରୂପେ ପଳାନହେଉଥିବାରୁ ଓ ଏହି ଦିନ ବିଦ୍ୟାଳୟ ଉଦଘାଟିତ ହୋଇଥବା କାରଣରୁ ଏହି ଦିନଟିକୁ ସମସ୍ତେ ମନେରଖିବେ ବୋଲି ବିଧାୟକ କହିଥିଲେ । ତେବେ ବିଦ୍ୟାଳୟର ହଷ୍ଟେଲ ଗୃହ, ପ୍ରାଚୀର, ଓ ରୋଷେଇ ଘର ପାଇଁ ସେ ତୁରନ୍ତ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଭିତିଭୂମିର ବିକାଶ ପାଇଁ ସମୂହ ସହଯୋଗ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ।

ଗ୍ରାମାଞ୍ଚଳରେ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଊଚ୍ଚ ମାନର ପାଠ ପଢ଼ାଇବାପାଇଁ ସରକାରଙ୍କ ର ଏହା ଅଭିନଵ ପ୍ରୟାସ ବୋଲି ସେ କହିଥିଲେ । ଏଠାରେ ରହିବା, ଖାଇବା ଓ ଅଭିଜ୍ଞ ଶିକ୍ଷକ ଙ୍କ ଦ୍ୱାରା ଗୁଣାତ୍ମକ ଶିକ୍ଷା ଅଧ୍ୟୟନ କରିବାର ବ୍ୟବସ୍ଥା ଥିବାରୁ ଗରିବ ମେଧାବୀ ବିଦ୍ୟାର୍ଥୀ ଅଧିକ ଉପକୃତ ହୋଇପାରିବେ ବୋଲିମୁଖ୍ୟ ଅତିଥି କହିଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡା ଜିଲ୍ଲାର ଯୁବକମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ ବୋଲି ସାଂସଦ ଅଶାବ୍ୟକ୍ତ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ସର୍ବଶ୍ରୀ ଲିପ୍ସାରାଣୀ ମାଣିକ, ଆଶା ପଟ୍ଟନାୟକ, ଦେବଯାନୀ ମଲିକ,ରାଜେଶ ମହାରାଜ, କୈଳାଶ ପଣ୍ଡା, ଆକାଂକ୍ଷା ସାହୁ, ରୁଦ୍ର ନାରାୟଣ ଦାସ, ସାଇ ଶୁଭ୍ରମ ବରାଳ , ଅଂଶୁମାନ ବେହେରା, ବିଦ୍ୟାଂଶୁ ସାହୁ, ପ୍ରମୁଖ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ଏହିକାର୍ୟ୍ୟକ୍ରମରେ ଭାଜପାରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା, ପୂର୍ବତନ ଭାଜପା ଜିଲ୍ଲା ସଭାପତି ଦୁର୍ୟ୍ୟୋଧାନ ସାହୁ, କିଶୋର ପଣ୍ଡା, ଜିଲ୍ଲା ଭାଜପା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତା ସେଠୀ,ବିଜେଡି ଯୁବନେତା କ୍ଷିତୀଶ ଦାସ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ ସାହୁ, ପୂର୍ବତନ ବ୍ଲକ୍ ଅଧକ୍ଷ ବାସୁଦେବ ବେହେରା,ବିଜେଡି ଯୁବନେତା ରାକେଶ ମହାପାତ୍ର,ଭାଜପା ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ, ଭାଜପା ନେତା ବିଜୟ ନାୟକ, ନାରାୟଣ ସାହୁ ଙ୍କ ସମେତ ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ ଅଭିଭାବକ ଓ ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷୀ ସାମଲ ସଭା ସଂଚାଳନ କରିଥିଲେ । ପରିଶେଷରେ ଛାତ୍ରୀ ଶୁଭଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ଡ଼ ସର୍ବପଲୀ ରାଧାକ୍ରିଷ୍ଣନ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି ଆଦର୍ଶ ବିଦ୍ୟାଳୟରେ ମୋଟ ୨୭୭ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକରୁଛନ୍ତି । ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବାବେଳେ କେନ୍ଦ୍ରାପଡ଼ା ଗୃହ ଓ ପୂର୍ତ ବିଭାଗ ପକ୍ଷରୁ ନାର୍ମାଣ କରାଯାଉଛି । ପୂର୍ବରୁ ଏହି ବିଦ୍ୟାଳୟ ବବ୍ଲକ୍ ର କୁଦାନଗରୀ ହାଇସ୍କୁଲ ଠାରେ ଚାଲୁଥିବାବେଳେ ଆସନ୍ତା କାଲି ଠାରୁ ନବ ନିର୍ମିତ ଗୃହରେ ବିଦ୍ୟାଳୟ ଚାଲିବ ବୋଲି ଅଧ୍ୟକ୍ଷା ସୂଚନା ଦେଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *