କଟକ ଯୁବ ଛାତ୍ର ବିଜେଡିର ହୋଲି ମିଳନ, ଉଡ଼ିଲା ନେଳିଆ ଗାମୁଛା, ନଥିଲେ ସୈ।ଭିକ, ସୁବାସ

କଟକ ସଦର ,୦୩/୦୩/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ବିଜେଡ଼ି ବିରୁଦ୍ଧରେ ବିଭିନ୍ନ ସମୟରେ ଵିଷଦ୍ଗୋଗାର କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା କଟକ ର ପୂର୍ବତନ ବିଧାୟକ, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଦଳରୁ ବହିସ୍କାର ହେବା ପରେ ଟିକେ ଆଗକୁ ବାହାରିବା ଦେଖିବାକୁ ମିଳୁଛି। ତାଙ୍କ ସହିତ ଥିବା କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ମଧ୍ୟ ରହିଥିବା ଜଣାପଡିଛି। ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଯୁବ ଛାତ୍ର ବିଜେଡିର ଦେଉଳସାହି ମୋନାଲିସା ମଣ୍ଡପରେ ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ।

ଏଥିରେ ଦେବାଶିଷ ସାମନ୍ତରାୟଙ୍କ ସହିତ ଚନ୍ଦ୍ର ସାରଥି, ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, ବାଙ୍କୀ ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ, ରଂଜନ ବିଶ୍ବାଳ ଙ୍କ ସହିତ ଚୈ। ଦ୍ୱାର-କଟକ ଓ କଟକ ସଦର ରୁ ବହୁ ଯୁବ ଛାତ୍ର ନେତା ଯୋଗ ଦେଇଥିଲେ। ଏଥିରେ କଟକ ମେୟର ସୁବାସ ସିଂହ ଓ ପ୍ରଭାତ ନନ୍ଦନ ସୈ।ଭିକ ବିଶ୍ବାଳ ଯୋଗଦେଇ ନଥିବା ଜଣାପଡ଼ିଛି। ହେଲେ ଗତ ଦୁଇ ଦିନ ଧରି କଟକ ନେତାଙ୍କୁ ନେଇ ବିଜେଡ଼ି ରାଜନୀତି ରେ ହଲଚଲ ସୃଷ୍ଟି ହୋଇଥିବା ବେଳେ ହଠାତ୍ ଦେବାଶିଷଙ୍କ ସମର୍ଥକ ମାନେ ଉତ୍ସାହିତ ଓ ସକ୍ରିୟ ହୋଇ ହୋଲି ମିଳନ ଆସର ମାହୋଲକୁ ସରଗରମ କରିଥିବା ଜଣାପଡିଛି।

ଏହି ଅବସରରେ ପ୍ରଭାତ ବିଶ୍ବାଳଙ୍କୁ ନେଇ ସେଠାରେ ଦଳୀୟ ନେତା କିଛି ଟିକା ଟିପ୍ପଣୀ ଦେଇଛନ୍ତି।ଯାହା ଦଳୀୟ ରାଜନୀତି କୁ ପୁଣି ଉସକାଇଛି। କଟକ ସଦର ର ପରାଜିତ ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା କହିଛନ୍ତି ବିଧାୟକ ଦଳ ବୈଠକକୁ ପ୍ରଭାତ ବିଶ୍ବାଳ ଯିବା ଠିକ୍ ନଥିଲା। ସେଠାରେ ପ୍ରତିବାଦ କରିବା ତାଙ୍କ ବୁଦ୍ଧି ହୋଇନଥିବ। ସେ କାହା ଇଙ୍ଗିତରେ ଏଵଂ ପରାମର୍ଶରେ ପରିଚାଳିତ ହେଉଛନ୍ତି ବୋଲି କହିଛନ୍ତି। ସେହିପରି ଦେବାଶିଷ ପୁଣି ଥରେ ପ୍ରଭାତଙ୍କ ବିରୁଦ୍ଧରେ ସମାନ ଆକ୍ଷେପ କୁ ଦୋହରାଇ ଅକୃତଜ୍ଞ କହିଛନ୍ତି।

ଏ ସମ୍ପର୍କରେ ପ୍ରଭାତ ବିଶ୍ୱାଳଂକ ମତାମତ ଜଣାପଡିନଥିଵା ବେଳେ ଆଗକୁ ବିଜେଡ଼ି ରାଜନୀତି ପାଣିପାଗ ଭଲ ନୁହେଁ  ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ କଟକ ର ତିନି ବରିଷ୍ଠ ନେତା ଦଳରୁ ଅଲୋଡ଼ା ହୋଇଥିବା ଏବଂ ପୁଅମାନେ ଲୋଡ଼ା ହୋଇଥିବା ଜଣାପଡିଛି। ସେମାନେ ହେଲେ ବିଜେଡ଼ି ର ପ୍ରଭାତ ତ୍ରିପାଠୀ ଓ ପୁଅ ବିଧାୟକ ଦେଵୀ ରଞ୍ଜନ ତ୍ରିପାଠୀ,ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ପୁଅ ବିଧାୟକ ସୈ।ଭିକ ବିଶ୍ୱାଳ, କଂଗ୍ରେସର ମହମ୍ମଦ ମୁକିମ ଓ ଝିଅ ବିଧାୟିକା ସୋଫିଆ ଫିରଦୋସ।

Leave a Reply

Your email address will not be published. Required fields are marked *