ଜୁନାଗଡ଼ ୧୧/୦୨/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଟାଣୁଆ କଂଗ୍ରେସ ନେତା ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଙ୍କୁ ଭାରତୀୟ ଜାତୀୟ କଂଗ୍ରେସ କମିଟି ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ
ମନୋନୀତ କରାଯାଇଛି ।ଏହି ଅବସରରେ ଜୁନାଗଡ଼ କଂଗ୍ରେସ କମିଟିର ଜିଲ୍ଲା ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ନିଆଲ ,ନଗର ସଭାପତି ଅମିତ ଅଗ୍ରୱାଲ ,ଯୁବ ନେତା ପ୍ରଭାତ ଦାସ ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ ପଣ୍ଡା ପ୍ରମୁଖ ଭକ୍ତ ଚରଣ ଦାସ ଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ।
