କଟକ ସଦର ବିଧାୟକ ପ୍ରକାଶ ସେଠୀ ଙ୍କ ଭବିଷ୍ୟବାଣୀ: ରାଜ୍ୟସଭା ନିର୍ବାଚନ ପରେ ବିଜେଡି ଆଉ ରହିବ ନାହିଁ

କଟକ ସଦର, ୦୩/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟସଭା ନିର୍ବାଚନ ପରେ ବିଜେଡି ଆଉ ରହିବ ନାହିଁ ବୋଲି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଭବିଷ୍ୟବାଣୀ କରି ଗଣମାଧ୍ୟମକୁ କହିଛନ୍ତି। ବିଜେଡ଼ି ନେତା ମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ବହିସ୍କାର କରାଯାଇ ରାଜ୍ୟରେ ବିଜେଡି ର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଛି। ସେଥିରେ କଂଗ୍ରେସର ସ୍ଥିତି ମଧ୍ୟ ଅନୁରୂପ।

ଏହି ପରିପ୍ରେକ୍ଷୀରେ ବିଜେଡ଼ି ଓ କଂଗ୍ରେସ ର ବହୁ ବିଧାୟକ ଆମ ସହିତ ଯୋଗାଯୋଗ ରେ ଥିବାରୁ ବିଜେପି ରାଜ୍ୟ ସଭା ନିର୍ବାଚନରେ ଦୁଇଟି ଆସନ ସହିତ ତୃତୀୟ ଆସନ ଆରାମରେ ଜିତିବ ବୋଲି ଦୃଢୋକ୍ତି କରିଛନ୍ତି। ବିଧାୟକ ପ୍ରକାଶ ଙ୍କ ଏହି ଭବିଷ୍ୟବାଣୀ ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଥିବା ବେଳେ କେହି ଏହା ଉପରେ ମତାମତ ରଖିନଥିଵା ଜଣାପଡିଛି। ତେବେ ଆଗକୁ ରାଜନୀତି ପାଣିପାଗ କେଉଁ ଆଡକୁ ଗତି କରୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।

ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ମନମୋହନ ସାମଲ ଓ ସୁଜିତ କୁମାର ଙ୍କ ନାଁ ଘୋଷଣା କରିଛି। ହେଲେ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା ନକରି ବିପଦକୁ ଏଡାଇଯାଇଛି କି ବୋଲି ପ୍ରଶ୍ନ ହେଉଛି ।

Leave a Reply

Your email address will not be published. Required fields are marked *