କନ୍ଦରପୁରରେ ବିଜେପିର ମିଶ୍ରଣ ପର୍ଵ, ମିଶିଲେ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ

କଟକ ସଦର, ୧୦/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ କିଛି ଦିନ ହେଲା ନେତୃତ୍ବକୁ ଦାୟି କରି ବିଜେଡ଼ିର ଛାମୁଆ ନେତା ଓ କର୍ମୀ ଦଳ ଛାଡୁଥିବା ବେଳେ ଏହି ପରିପ୍ରେକ୍ଷୀରେ ଆଜି ବୁଧବାର ସଂଧ୍ୟାରେ କନ୍ଦରପୁର ଠାରେ ପଞ୍ଚାୟତର ଜଣାଶୁଣା ବିଜେଡ଼ି ଯୁବ ନେତା କାଳନ୍ଦୀ ସ୍ୱାଇଁ ଙ୍କ ନେତୃତ୍ଵରେ ଶତାଧିକ ବିଜେଡ଼ି କର୍ମୀ ଦଳ ଛାଡି ଡବଲ ଇଂଜିନ୍ ବିଜେପି ସରକାର ବିଶେଷ କରି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହୋଇଥିବା ଜଣାପଡିଛି।

କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସଭାପତିତ୍ବରେ ଆୟୋଜିତ ମିଶ୍ରଣ ସଭାରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ଯୋଗଦେଇ ସମସ୍ତଙ୍କୁ  ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିବା ସହିତ ଆଗାମୀ ଦିନରେ ସରକାରଙ୍କ ବହୁମୁଖୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ପାଇଁ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହୃଷିକେଶ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସର୍ବେଶ୍ଵର ନାୟକ, କିଶନନଗର ମଣ୍ଡଳ ବିଜେପି ସଭାପତି ଚିତ୍ତରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, କନ୍ଦରପୁର ସରପଂଚ ସୁଭାଷିନୀ ରାଉତ, ପ୍ରହରାଜପୁର ସରପଂଚ ଅବଦୁଲ ୱ।ହିଦ୍ ଖାଁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ସେହିପରି କଟକ ସହର ବିଜେଡ଼ିରେ ଗୋଟିକ ପରେ ଗୋଟିଏ ଉଇକେଟ୍ ପଡୁଥିବା ବେଳେ ଆଜି ପୁଣି ଗୋଟିଏ ଉଇକେଟ୍ ପଡ଼ିଛି। ଏହି ଅବସରରେ ବାରବାଟି-କଟକ ନିର୍ବାଚନ ମଣ୍ଡଳୀ ୧୬ ନମ୍ବର ୱ।ର୍ଡ ମହିଳା ବିଜେଡ଼ି ସଭାପତି ତଥା ରାଜ୍ୟ ଯୁବ ବିଜେଡି ପୂର୍ବତନ ଉପସଭାପତି ଅପର୍ଣ୍ଣା ଦାସ ଦଳ ଛାଡିଛନ୍ତି।

Leave a Reply

Your email address will not be published. Required fields are marked *