ପି ସି ସି ସଭାପତିଙ୍କୁ ସାଲେପୁରରେ ଭବ୍ୟ ସମ୍ବର୍ଦ୍ଧନା

                                କଂଗ୍ରେସ ନେତା ହରିବନ୍ଧୁ ଙ୍କ ଶକ୍ତି ପ୍ରଦର୍ଶନ

ସାଲେପୁର,୧୨/୦୯/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା )ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଗୁରୁବାର ସନ୍ଧ୍ୟାରେ ସାଲେପୁର ଗସ୍ତରେ ଆସି  ଏକ ସମାବେଶରେ ଯୋଗ ଦେଇଥିଲେ।ଏହି ଅବସରରେ ପି ସି ସି ସଭାପତି ଶ୍ରୀ ଦାସଙ୍କୁ କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ଠାରେ ଅବସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ସାଲେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ହରିବନ୍ଧୁ ଶତପଥୀଙ୍କ ନେତୃତ୍ଵରେ ଟାଙ୍ଗୀ ଓ ସାଲେପୁର ଅଞ୍ଚଳର ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ତାଙ୍କୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜଣାଇବା ସହ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ମହାରଣା,ପ୍ରାକ୍ତନ ସରପଞ୍ଚ ଚତୃଭୂଜା ସ୍ୱାଇଁ,ଯୁବନେତା ବିଜ୍ଞାନ ଭୂୟାଁ,ବୈକୁଣ୍ଠ ନାଥ ସ୍ୱାଇଁ, ସିଟୁ କର,ଯୁବ ନେତା ମନୋଜ ଖିଲାର,ସଂଗଠକ ସୁଦାମ ବାରିକ,ରବୀନ୍ଦ୍ର ଜେନା,ଜିତୁ ନାୟକ,କଂଗ୍ରେସ ସଂଖ୍ୟା ଲଘୁ ସେଲ ନେତା ମହମ୍ମଦ ନଜିରୁଲ ହାସନ,ଆସିଫ ରବିନ,ଆଖିଫଲ୍ ବାରି,ଦୀପକ ଜେନା,ଚିତ୍ରସେନ ଧଳ,ସୁବାସ ମହାରଣା,ନଳିନୀକାନ୍ତ ବେହେରା,ସେକ ସହେଦ ଖାନ୍, ଅଫସର ଅଲ୍ଲୀ,ମହେନ୍ଦ୍ର କୁମାର ଦାସ  ଙ୍କ ସମେତ ଟାଙ୍ଗୀ ଓ ସାଲେପୁର ଅଞ୍ଚଳର ବହୁ ସଂଖ୍ୟାରେ ଯୁବ, ଛାତ୍ର,ମହିଳା କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ପି ସି ସି ସଭାପତି ଶ୍ରୀ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *