କଟକ ସଦର , ୦୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଅରିଲୋ ଠାରେ ମା’ଭୁଆଷୁଣୀ ଫୁଟବଲ ଆସୋସିଏସନ୍ ପକ୍ଷରୁ ୩୧ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଉଷୁମା ମଦନମୋହନ କ୍ଲବ କୁ ୨/୦ ରେ ହରାଇ ଵୋଧପୁର ସ୍ୱସ୍ତିକ କ୍ଲବ ଚମ୍ପିୟାନ ହୋଇଥିବା ଜଣାପଡିଛି।
ଏହି ଉପଲକ୍ଷେ ଶିକ୍ଷାବିତ ବିମଳ ପଣ୍ଡା ଙ୍କ ସଭାପତିତ୍ବ ଓ କ୍ରୀଡ଼ାଵିତ୍ ସମୀର ସେନାପତି ଙ୍କ ସଂଯୋଜନା ରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଚମ୍ପିୟାନ ଟିମ୍ କୁ ୫ ହଜାର ଅର୍ଥ ରାଶି ସହିତ ଟ୍ରଫି,ରନର୍ସ ଅପ୍ ଟିମ୍ କୁ ୩ ହଜାର ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାଧୁ ଜେନା, ସ୍ଵରୁପ ସୁମନ ଦାସ, କିଶନନଗର ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ, କ୍ଷିତେନ୍ଦ୍ର ମିତ୍ର, ପ୍ରଭାତ କୁମାର ସେଠୀ, ରଘୁନାଥ ଚୈ।ଧୁରୀ,ସରପଞ୍ଚ ମମତା ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ପରିଚାଳନାରେ ଶୁଭେନ୍ଦୁ ଶେଖର ପଣ୍ଡା,ଵାପି ନନ୍ଦ ଙ୍କ ସହିତ ଆସୋସିଏସନ୍ ର କର୍ମକର୍ତ୍ତା ଓ ସଦସ୍ୟମାନେ ସହାୟତା କରିଥିଲେ। ଏହି ଅବସରରେ ବିଧାୟକ ଅରିଲୋ ଠାରେ ଏକ କଲ୍ୟାଣ ମଣ୍ଡପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
