ନିଶ୍ଚିନ୍ତକୋଇଲି,୨୮/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଗଜ ଲକ୍ଷ୍ମୀପୂଜା ଅନୁଷ୍ଠିତ ହେଉଅଛି |ଏହି ଅବସରରେ ବିଭିନ୍ନ ଦିବସରେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଅନୁଷ୍ଠାନର ଆବାହକ ଦ୍ବିଜେନ୍ଦ୍ର ସାମଲ ଓ ସଂଯୋଜକ ଯଦୁମଣି ମଲ୍ଲିକ ଙ୍କ ତତ୍ୱାବଧାନ ରେ ମଙ୍ଗଳବାର ସନ୍ଧ୍ୟାରେ ସାଂସ୍କୃତିକ ମଣ୍ଡପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ଶିକ୍ଷାବିତ, ସାହିତ୍ୟିକ ବିଷ୍ଣୁ ଚରଣ ମିଶ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ଶିକ୍ଷାବିତ ଭାଗବତ ପାରିଡା,ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ଶିକ୍ଷାବିତ କେଶବ ଚରଣ ବେହେରା,ଅବସରପ୍ରାପ୍ତ ସେନା ଅଧିକାରୀ ବୈରାଗୀ ଚରଣ ଦଳେଇ,ଷ୍ଟେଟ କୋ ଅପରେଟିଭ ବ୍ୟାଙ୍କ ସି ଇ ଓ ଅନନ୍ତ ଚରଣ ସାମଲ,ସମାଜ ସେଵୀପ୍ରମୋଦ କୁମାର ନାୟକ,ଶିବ ପ୍ରସାଦ ବେହେରା,ରାମଚନ୍ଦ୍ର ସାହୁ,କଳ୍ପତରୁ ସାହୁ, ପ୍ରତାପ ଚନ୍ଦ୍ର ପାତ୍ର, ମନୋଜ କୁମାର ନାୟକ, ରମେଶ ଚନ୍ଦ୍ର ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯଇଥିଲା ।
