ଢେଙ୍କାନାଳ,୧୦/୧୧/୨୦୨୫ (ଓଡ଼ିଶା ସମାଚାର)- ଭାରତରେ ହକିକୁ ପୁରୁଛି ଶହେ ବର୍ଷ । ଏହି ଅବସରରେ ସାରାଦେଶରେ ଗତ ୭ ତାରିଖରେ ହକି ଖେଳ ଅନୁଷ୍ଠିତ ହୋଇଛି । ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ରେ ଶହିଦ୍ ବାଜିରାଉତ ବନ୍ଧୁତ୍ଵପୂର୍ଣ୍ଣ ହକି ମ୍ୟାଚ୍ ଖେଳ ହୋଇଥିଲା । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିପ୍ତି ରଞ୍ଜନ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।
ଢେଙ୍କାନାଳରେ ହକିର ଇତିହାସ ବେଶ୍ ପୁରୁଣା । ଏବେର ହକି ଖେଳାଳି ଋଜ୍ୟ ସ୍ତରରେ ଭଲ ଖେଳୁଛନ୍ତି ବୋଲି କହିଥିଲେ । ଦୁଇଟି ଦଳ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ଖେଳ ହୋଇଥିଲା । ବିଜେତା ଦଳ ଓ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା । ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଦିପ୍ତ କୁମାର ସାହୁ ଉପସ୍ଥିତ ଥିଲେ । କୋଟ୍ ସାଇ ପ୍ରସାଦ ଦଳେଇ ଖେଳକୁ ପରିଚାଳନା କରିଥିଲେ।
