ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେମିନାର ଉଦଘାଟିତ 

” ଆଦିବାସୀ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ଓ ସଶକ୍ତିକରଣ ବିନା ବିକଶିତ ଭାରତ ସ୍ବପ୍ନ ଅଧୁରା “

ଭୁବନ, ୦୧/୦୩/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ ସି ଏସ ଏସ ଆର୍ ଆନୁକୁଲ୍ୟରେ ରାଜନୀତି ବିଭାଗ ତରଫରୁ ” ସାଂପ୍ରତିକ ଭାରତରେ ଜନଜାତି ମହିଳାଙ୍କ ସଶକ୍ତିକରଣ : ଆହ୍ବାନ ,ସୁଯୋଗ ଓ ନୀତିଗତ ଦୃଷ୍ଟିକୋଣ ” ଶୀର୍ଷକରେ ଏକ ଜାତୀୟ ସେମିନାର ଉଦଘାଟିତ ହୋଇଯାଇଛି।

ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସେମିନାର ର ପାଟ୍ରନ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଓ ରାଜନୀତି ବିଜ୍ଞାନ ମୁଖ୍ୟ ତଥା କାର୍ଯ୍ୟକ୍ରମ ଆବାହକ ଅଧ୍ୟାପିକା ଡଃ ମମତା ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ସେମିନାରରେ ଓଡ଼ିଶା ହାଇ କୋର୍ଟ ର ମାନ୍ୟବର ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ମହିଳା ଙ୍କ ସଶକ୍ତି କରଣ ନିମନ୍ତେ ସମ୍ବିଧାନ ରେ ଥିବା ବିଧି ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଶ୍ରୀକାନ୍ତ ମହାପାତ୍ର, ଉତ୍କଳ ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ନରତମ ଗାଣ, ରାଉରକେଲା ନିଟ ର ପ୍ରଫେସର ଜଳଧର ପ୍ରଧାନ,ସୋଆ ବିଶ୍ଵବିଦ୍ୟାଳୟ ମେଟ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାକ୍ତନ ମୁଖ୍ୟ ପ୍ରଫେସର ମାନସ ବେହେରା ରେସୋର୍ସ ପର୍ସନ ଭାବେ ଯୋଗଦେଇ ଜନଜାତି ମହିଳା ମାନେ ଆମ ସମାଜ ଓ ସଂସ୍କୃତିର ମୂଳଦୁଆ । ସେମାନଙ୍କର ସର୍ବାଙ୍ଗୀନ ବିକାଶ ଓ ସଶକ୍ତିକରଣ ବିନା ” ବିକଶିତ ଓଡ଼ିଶା ଓ ବିକଶିତ ଭାରତ ସ୍ବପ୍ନ ଅଧୁରା ।

ଶିକ୍ଷା ମାଧ୍ୟମରେ ସମାଜରେ ସମାନତା ଆଣିବା ଓ ଜନଜାତି ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିବା ସହିତ ଆଦିବାସୀ ମହିଳା ଙ୍କ ସଶକ୍ତି କରଣ ନିମନ୍ତେ ଥିବା ସୁବିଧା, ଅବରୋଧ ସମ୍ପର୍କରେ ଆଲୋଚନା କରିଥିଲେ। ସମୁଦାୟ ୧୪ ଜଣ ନିଜର ସନ୍ଦର୍ପ ପାଠ କରିଥିଲେ। କାର୍ଯ୍ୟକ୍ରମକୁ ସହ ଆବାହକ ରାଜନିତୀ ବିଜ୍ଞାନ ବିଭାଗ ର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ କୁମାର ରାଉତରାୟ ଙ୍କ ସମେତ ସମେତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଏହି ସେମିନାରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *