୩୩ କାର୍ଯ୍ୟଦିବସ
ଭୁବନେଶ୍ବର,୨୮/୧୦/୨୦୨୬(ଓଡ଼ିଶା ସମାଚାର)- ନଭେମ୍ବର ୧୮ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ପର୍ଯ୍ୟନ୍ତ ଚାଲିବ । ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି ।
ଏହି ଶୀତକାଳୀନ ଅଧିବେଶନ ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ ଆଗତ କରିବେ । ଚଳିତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର ୨୫ରୁ ୨୭ ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ । ନଭେମ୍ବର ୩୦ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଗୃହରେ ଆଗତ କରାଯାଇ ଆଲୋଚନା ହୋଇ ପାରିତ କରାଯିବ ।
