ସାଲେପୁର,୨୮/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ସାଲେପୁର ବଜାର କୁଆଁପାଳରୋଡ଼ ଛକ ରେ ଦଶହରା ଉପଲକ୍ଷେ ପୂଜା କମିଟି ମୁରବି ମାନଙ୍କୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।କଟକ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ ସୁଦାମ ବାରିକଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଓଡ଼ିଶାର ଉପ ସଭାପତି ତଥା କଂଗ୍ରେସ ନେତା ହରିବନ୍ଧୁ ଶତପଥି ଯୋଗଦେଇ ସାଲେପୁର ଅଞ୍ଚଳରେ ହୋଇଥିବା ସମସ୍ତ ଦୁର୍ଗା ପୂଜା କମିଟିର ସଭାପତି, ସମ୍ପାଦକ ଏବଂ ରୂପ କମିଟିର ସଭାପତି, ସମ୍ପାଦକ ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ସାଲେପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ନାଥ କର, ଶେର ପୂଜା କମିଟିର ସଭାପତି କୃଷ୍ଣଚନ୍ଦ୍ର ଜେନା ଯୋଗଦେଇ ଶ୍ରୀ ଶତପଥି ଙ୍କ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ।ଏହି ଅବସରରେ ସାଲେପୁର ଥାନା ଆଇଆଇସି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ରନାଥ ମହାରଣା, ବିଜ୍ଞାନନ୍ଦ ଭୂୟାଁ, ସିତୁ କର, ଜ୍ୟୋତି କର,ମୁନା ସାହୁ, ସନ୍ତୋଷ ରାଉତ, ରାଜୁ ଦାସ, ପ୍ରମୋଦ କୁମାର ମଲ୍ଲିକ, ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
