ଭୁବନେଶ୍ୱର,୨୧/୦୬/୨୦୨୬ (ଓଡ଼ିଶା ସମାଚାର)- ଶାନ୍ତି, ମୈତ୍ରୀ ଓ ପ୍ରଗତିର ମାର୍ଗ “ଶାନ୍ତିପଥ “ପକ୍ଷରୁ ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ରଙ୍କ ସଂଯୋଜନାରେ ସ୍ଥାନୀୟ ଶହୀଦ ନଗରଠାରେ “ବିଶ୍ୱଯୋଗ ଦିବସ ୨୦୨୬ ” ଅନୁଷ୍ଠିତ ହୋଇଯାଇଛି ।
ଶରୀର, ମନ ନିୟମିତ ଯୋଗ କରିବା ଦ୍ୱାରା ସୁସ୍ଥ ରହିବା ସହିତ ନୂତନ ଚିନ୍ତା, କାର୍ଯ୍ୟକ୍ରମକୁ ଅତି ଉତ୍ତମ ଭାବେ ସମ୍ପାଦନ କରିବାକୁ ମନରେ ଆଗ୍ରହ ଆସିଥାଏ ବୋଲି ଅଧ୍ୟକ୍ଷ ଶ୍ରୀଯୁକ୍ତ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପତ୍ରକାର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ସୀତାଂଶୁ ଶେଖର ମହାରଣା, ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବା ସହ ଯୋଗାଭ୍ୟାସ କରିଥିଲେ । ଆଗାମୀ ବିଶ୍ୱ ଓ ପୀଢ଼ି ପାଇଁ ଯୋଗ, ପ୍ରାଣାୟାମ, ପରିବେଶ ସଚେତନତା, ପୁଜ୍ୟପୂଜା ପ୍ରମୁଖ ଉପରେ ଅଧ୍ୟକ୍ଷ ଆଲୋକପାତ କରିଥିଲେ ।
