ହୁଲିପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ :  ଆୟୋଜକ ହୁଲିପୁର ଟିମ ଚମ୍ପିୟାନ 

କଟକ ସଦର ,୦୧/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହୁଲିପୁର କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ବିଭୁତି ଭୁଷଣ ସାମନ୍ତରାୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୋକିପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରେ ଗୁଆଳିକୁ ହରାଇ ଆୟୋଜକ ହୁଲିପୁର ଟିମ ଚମ୍ପିୟାନ ହୋଇଥିବା ଜଣାପଡିଛି।

ଏହି ଅବସରରେ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହେବା ସହିତ ଖେଳାଳି ଓ କ୍ଲଵର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ପ୍ରତିଷ୍ଠାତା ସଭ୍ୟ ଅଭିମନ୍ୟୁ ସାହୁ, ପ୍ରକାଶ ମାଝୀ ଙ୍କ ସମେତ ପ୍ରକାଶ ମହାପାତ୍ର,ଵାଦଲ ସାହୁ ଯୋଗଦେଇ ଚମ୍ପିୟାନ ଟିମ୍ କୁ ୨୦ ହଜାର ଅର୍ଥ ରାଶି ସହିତ ଟ୍ରଫି ଓ ରନର୍ସ ଅପ୍ ଟିମ୍ କୁ ୧୫ ହଜାର ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ। ପରିଚାଳନାରେ କ୍ଲଵର ସଭାପତି ବିକାଶ ସାମନ୍ତରାୟ, ସଂପାଦକ ଦେବେଶ ସାମନ୍ତରାୟ, ଉପସଭାପତି କୃପାସିନ୍ଧୁ ସେଠୀ ଙ୍କ ସମେତ ସମସ୍ତ ସଦସ୍ୟ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *