ଜଙ୍ଗଲରୁ ଜବତ ହେଲା ପୁଳା ପୁଳା ବାଣ

କଟକ, ୨୪/୦୨/୨୦୨୬ (ଓଡ଼ିଶା ସମାଚାର)- ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ର ଏକ ଜଙ୍ଗଲରୁ ପୁଳାପୁଳା ବାଣ ଜବତ ହୋଇଛି । ବେଆଇନ ଭାବେ ବାଣ ତିଆରି କରି ଏହି ଗ୍ରାମର ଲୋକମାନେ ବଣ ଜଙ୍ଗଲରେ ଲକ୍ଷାଧିକ ଟଙ୍କାର ବାଣ ଲୁଚାଇ ରଖିଥିଲେ । ଗତ ୧୯ ତାରିଖ ହୋଇଥିବା ବିସ୍ଫୋରଣରେ ତିନିଜଣଙ୍କ ଜୀବନ ଗଲାପରେ ପୁଲିସ ତତ୍ପରତା ଦେଖାଇ ତଦନ୍ତ ପ୍ରକି୍ରୟାକୁ ଜୋରଦାର କରିଛି । ପୁଲିସ ଗ୍ରାମରେ ଯେତେଜଣ ବାଣ ବ୍ୟବସାୟ ଓ ତିଆରି କରୁଛନ୍ତି ସେମାନଙ୍କୁ ଠାବ କରିଛି ।

Leave a Reply

Your email address will not be published. Required fields are marked *