ଜଗତସିଂହପୁର,୦୫/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି (ଶନିବାର) ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ଏରସମା, ଜଗତସିଂହପୁର ଠାରେ ଏକ ପାଠଚକ୍ର “ଆଜିର ଦିନରେ ଗାନ୍ଧିଜୀଙ୍କ ପ୍ରାସଙ୍ଗିକତା ” ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ ସାମଲ ସଭାପତିତ୍ବ କରିଥିବାବେଳେ ଓଡିଶାର ସୁନାମଧନ୍ୟ ବିଶିଷ୍ଠ ଐତିହାସିକ ତଥା ରେଭେନ୍ସା କଲେଜର ପ୍ରାକ୍ତନ ପ୍ରଫେସର ଖାର ବେଳ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।


ନେମାଳ କଲେଜର ଅଧ୍ୟକ୍ଷ ଶଙ୍କର ପ୍ରସାଦ ନାୟକ ଓ ଲୋକନାଥ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ରମାକାନ୍ତ ପାଣି ଅତିଥି ଭାବେ ଯୋଗ ଦାନ କରି ଗାନ୍ଧୀ ବିଚାର ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ମହାତ୍ମାଗାନ୍ଧୀଙ୍କ ନୀତି, ଆଦର୍ଶ, ବିଚାର ଓ ଦର୍ଶନ କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଆଜିର ଦିନରେ ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।
ଇତିହାସ ବିଭାଗର ପ୍ରାକ୍ତନ ଅଧ୍ୟାପକ ବିଭୁ ରଞ୍ଜନ ଦାସ, ଆଡମିନିଷ୍ଟ୍ରେଟିଭ ବର୍ଷାର ଚିତ୍ତରଞ୍ଜନ ମହାପାତ୍ର ଓ ଇତିହାସ ବିଭାଗର ଅଧ୍ୟପାକ ପବିତ୍ର ବେହେରା,ପଙ୍କଜ ନାୟକ, ସମାଜ ବିଜ୍ଞାନ ଅଧ୍ୟାପକ ରବୀନ୍ଦ୍ର ଲେଙ୍କା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମହାବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ । ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଖିରୋଦ ପ୍ରସାଦ ନାୟକ ମଞ୍ଚ ପରିଚାଳନା କରିବା ସହ ପାଠ୍ୟ ଚକ୍ରର ଆଭିମୁଖ୍ୟ ଉପରେ ଆଲୋକ ପାତ କରିଥିଲେ । କୁଜଙ୍ଗ ଓ ଏରସମାର ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତ ଓ କୁଜଙ୍ଗ ମହାରାଣୀ ଭାଗ୍ୟବତୀ ମହାପାଟଦେଇଙ୍କ ଲବଣ ସତ୍ୟାଗ୍ରହ ରେ ଭୂମିକା ଉପରେ ଅଧ୍ୟାପକ ରମାକାନ୍ତ ପାଣି ଟିକିନିକି ତଥ୍ୟ ଉପରେ ଆଲୋଚନା ରଖିଥିଲେ । ଆଲୋଚନା ଚକ୍ର ଅନ୍ତିମ ପର୍ଯ୍ୟାୟରେ ଅଧ୍ୟାପକ ପବିତ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
