ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି
ସବୁ ସରକାରୀ ବିଭାଗ, ଆରଡିସି, ଜିଲାପାଳଙ୍କୁ ଚିଠି
ଗ୍ରୁପ୍ ଏ’ ଠାରୁ ଗ୍ରୁପ୍ ଡି’ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ କରିବାକୁ ନିର୍ଦେଶ
ଭୁବନେଶ୍ୱର,୨୪/୦୨/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ବଢ଼ିଲା ସମ୍ପତି ତାଲିକା ଦାଖଲ ଅବଧି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତିି ତାଲିକା ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ପୂର୍ବରୁ ଜାନୁଆରୀ ୩୧ ତାରିଖ ଯାଏ ଥିଲା ଡେଡଲାଇନ୍ । ଯେଉଁ ସରକାରୀ ଚାକିରିଆ ବର୍ତମାନ ସୁଦ୍ଧା ସମ୍ପତିି ତାଲିକା ଦାଖଲ -କରି ନାହାନ୍ତି, ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତିି ତାଲିକା ଦାଖଲ କରିବା ପାଇଁ ନିର୍ଦେଶ ଦିଆଯାଇଛି ।
ଗ୍ରୁପ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ୍ ‘ଡି’ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ସମ୍ପତି ତାଲିକା ଦାଖଲ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଧେଶନାମା ଜାରି କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ସରକାରୀ ବିଭାଗ, ଆରଡିସି, ଜିଲାପାଳଙ୍କୁ ଚିଠି କରାଯାଇଛି । ଏଚଆରଏମଏସ୍ ପୋର୍ଟାଲରେ ସ୍ଥାବର ଓ ଅସ୍ଥାବର ସମ୍ପତି ଅପଲୋଡ୍ କରିବାକୁ ସରକାରୀ ଚାକିରିଆଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗ୍ରୁପ ‘ଏ’ ଠାରୁ ଆରମ୍ଭ କରି ଗ୍ରୁପ୍ ‘ଡି’ ପର୍ଯ୍ୟନ୍ତ ସମସ୍ତ ସରକାରୀ ଚାକିରିଆ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତିି ର ବିବରଣୀ ଦାଖଲ କରିବାକୁ ନିର୍ଦେଶ ରହିଛି । ଏଚଆରଏମଏସ ପୋର୍ଟାଲରେ ଜାନୁଆରୀ ୧ରୁ ଜାନୁଆରୀ ୩୧ ମଧ୍ୟରେ ଏହା ଦାଖଲ କରିବେ । କିନ୍ତୁ କେତେକ ସରକାରୀ ଚାକିରିଆ ଏ ପର୍ଯ୍ୟନ୍ତ ସମ୍ପତି ତାଲିକା ଦାଖଲ କରି ନାହାନ୍ତି । ସେଥିପାଇଁ ସରକାରୀ ଏହି ତାରିଖ ସୀମାକୁ ବଢାଇଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମ୍ପତି ତାଲିକା ଦେବାକୁ ନିର୍ଦେଶ ଦେଇଛନ୍ତି ।-
