ଜନଗଣନା ପାଇଁ ୨ ଦିନିଆ ତାଲିମ୍ ଶିବିର

କେନ୍ଦ୍ରାପଡ଼ା,୨୪/୦୨/୨୦୨୬ (ଓଡ଼ିଶା ସମାଚାର)- କେ ଜନଗଣନା ପାଇଁ ୨ ଦିନିଆ ତାଲିମ୍ ଶିବିର କେନ୍ଦ୍ରାପଡ଼ା ଜିଲଳ ପ୍ରଶାସନ ପକ୍ଷରୁ ଉଦ୍ଘାଟିତ ହୋଇଯାଇଛି । ଜିଲଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲଳପାଳ ନବକୃଷ୍ଣ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଜନଗଣନା କାର୍ଯ୍ୟକ୍ରମର ଯୁଗ୍ମ ନିର୍ଦେଶକ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଦୀର୍ଘ ଦଶନ୍ଧି ପରେ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବାକୁ ଥିବାବେଳେ ଜନଗଣନା ସହିତ ଜନ ସାଧାରଣଙ୍କ ଆର୍ଥିକ ସ୍ଥିତି, ବାସଗୃହ, ରୋଜଗାର ଆଦିର ପରିସଂଖ୍ୟାନ ଗ୍ରହଣ କରାଯିବ । ପ୍ରତ୍ୟେକ ତହସିଲ୍ ର ତହସିଲଦାରମାନଙ୍କୁ ଚାର୍ଜ ଅଫିସର ଭାବେ ଓ ଅତିରିକ୍ତ ତହସିଲଦାରମାନଙ୍କୁ ଆଡିସନାଲ ଚାର୍ଜ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ।

ସଂପୃକ୍ତ ତହସିଲ ଅଧିନରେ ଜନଗଣନା ପାଇଁ ନିଯୁକ୍ତ ଶିକ୍ଷକମାନଙ୍କୁ ପରିସଂଖ୍ୟାନକାରୀ ଭାବେ ଦାୟିତ୍ୱ ଦିଆଯାଇ ଥିବାବେଳେ ଏପ୍ରିଲ ୧୬ ତାରିଖରୁ ମଇଁ ୧୫ ତାରିଖ ପର୍ଯ୍ୟନ୍ତ ଏହି ପରିସଂଖ୍ୟାନକାରୀ ଶିକ୍ଷକମାନେ ଘର ଘର ବୁଲି ଗଣନା କରିବେ । ଗୃହକର୍ତା ଚାହିଁଲେ ଅନ୍ ଲାଇନ ମାଧ୍ୟମରେ ନିଜେ ମୋବାଇଲ ମାଧ୍ୟମରେ କିମ୍ବା ଜନସେବା କେନ୍ଦ୍ରରେ ଗୃହ ଗଣନା କରିପାରିବେ । ଗୃହ ଗଣନା ପରବର୍ତୀ ପର୍ଯ୍ୟାୟରେ ଜନ ଗଣନା ପରିସଂଖ୍ୟାନ ଆରମ୍ଭ କରାଯିବ । ଯୁଗ୍ମ ନିର୍ଦେଶକ ଶ୍ରୀ ସିଂହ ଏହି ସବୁ ଦିଗ ଉପରେ ଉପସ୍ଥିତ ଅଧିକାରୀମାନଙ୍କୁ ବିଶେଷ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *