କେନ୍ଦ୍ରାପଡ଼ା,୨୭/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ଜୁଏଲ୍ସ କ୍ଲବରେ ଖଡିଅଙ୍ଗ ଗଜଲକ୍ଷ୍ମୀ ପୂଜା କମିଟି ଓ କେନ୍ଦ୍ରାପଡା ଯୁବସେବା ମଂଚର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡାର ଗୌରବ ତଥା ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗତ ରବିନ୍ଦ୍ର ମୋହନ ସାହୁଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ ।
ସଭାରେ ଖଡିଅଙ୍ଗ ପୂଜା କମିଟି ସଭାପତି ଭାବଗ୍ରାହୀ ସିଂ, ସମ୍ପାଦକ ଗୋପାଳ ଚରଣ ମହାପାତ୍ର, ହିରଣ୍ୟ କୁମାର ପଣ୍ଡା, ଦେବାଶିଷ ସିଂ, ରଞ୍ଜନ ସାହୁ, ଗୋଲଖ ଚନ୍ଦ୍ର ପଢିଆରୀ, ପବିତ୍ର କୁମାର ଦାସ, ଜଗଦିସ ସିଂ, ଦିନେଶରାଜ ସିଂ, ରମେଶ କୁମାର ଥାଟୋଇ, ସୁରେନ୍ଦ୍ର ବେହେରା, ମନୋଜ କୁମାର ସିଂ, ବଳଭଦ୍ର ସିଂ, ଗିରିଶ ଚନ୍ଦ୍ର ମହାପାତ୍ର, ରାକେଶ କୁମାର ମଲ୍ଲ, ସଞ୍ଜିବ କୁମାର ସିଂ, ତପନ କୁମାର ସାମନ୍ତ, ନୟନ କିଶୋର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
