କଟକ,୧୩/୦୬/୨୦୨୬ (ଓଡ଼ିଶା ସମାଚାର)- ଚୌଦ୍ୱାର ଥାନା ପୋଲିସ ଜଣେ ପେସାଦାର ଅପରାଧୀକୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ ଦେଶୀ ଏସବିଏମଏଲ ବନ୍ଧୁକ ଓ ଦୁଇଟି ଜୀବନ୍ତ ଦେଶୀ ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତ ସ୍ଥାନୀୟ ଗୋଡ଼ଧୁଆର ରାମସିଂହ ସିଂ ଓରଫ ହେଟା । ମିଳିଥିବା ସୂଚନା ଅନୁଯାୟୀ ହେଟା ପାଖରେ ଦେଶୀ ବନ୍ଧୁକ ରଖି ଅପରାଧ ଘଟାଇବାକୁ ଯୋଜନା କରୁଥିବା ନେଇ ସୁରାକ ମିଳିବା ପରେ ଚୌଦ୍ୱାର ପୋଲିସ ତା ଗୋଡ଼ଧୁଆ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ତା ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା । ହେଟା ବିରୁଦ୍ଧରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି ।
ଦେଶୀ ବନ୍ଧୁକ ଓ ଗୁଳି ଜବତ: ପେସାଦାର ଅପରାଧୀ ଗିରଫ
