କଟକ ସଦର, ୨୩/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ ନୂଆଵଜାର ମଧୁପାଟଣା ରାସ୍ତା (ପୁରୁଣା ଜଗନ୍ନାଥ ସଡ଼କ)ର ରେଳବାଇ ରାସ୍ତା ଉପରେ ୬୦ କୋଟି,୯୩ ଲକ୍ଷ,୬୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ୫୦୦ ମିଟର ଉପର ସେତୂକୁ ଆଜି (ସୋମବାର ଦିନ) ରାଜ୍ୟ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଲୋକାର୍ପିତ କରିଛନ୍ତି। ଏଥିରେ କଟକ ଲୋକସଭା ସାଂସଦ ଭତୃହରି ମହତାବ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ,ଚୈ।ଦ୍ୱ।ର-କଟକ ବିଧାୟକ ସୈ।ଭିକ ବିଶ୍ୱାଳ, ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋଶ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ସଭା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଓଭର ବ୍ରିଜ ଦ୍ୱାରା ଲୋକମାନଙ୍କର ଗମନାଗମନରେ କମ୍ ସମୟ ଲାଗିବା ସହିତ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ହୋଇପାରିବ।