କଟକ ସଦର, ୨୨/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ପୂର୍ବାଞ୍ଚଳ ତଥା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଠାକୁରଙ୍କ ଜମି କୁ ଜନୈକ ମାର୍ଫତଦାର ପୂଜକ ଚଞ୍ଚକତା କରି ବେଆଇନ୍ ଭାବେ ବିକ୍ରୀକରି ଦେଇଥିବା ଜଣାପଡିଛି।
ଏଥିରେ ଦେବୋତ୍ତର ବିଭାଗର ଜନୈକ ପୂର୍ବତନ ଷ୍ଟେନୋ ସହଯୋଗ କରିଥିବା ଅଭିଯୋଗ ହେଉଛି। ଉକ୍ତ କର୍ମଚାରୀଙ୍କୁ ବ୍ରହ୍ମପୁରକୁ ଵଦଳି କରିଦିଆ ଯାଇଥିବା ବେଳେ ଠାକୁରଙ୍କ ଜମି ବିକ୍ରିରେ ତାଙ୍କୁ ଅଧିକ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଗତ ୧୧ ଓ ୧୨ ତାରିଖରେ ‘ଓଡିଶା ସମାଚାର’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।
