କେନ୍ଦ୍ରାପଡ଼ାରେ ସୁପର୍ ସ୍ପେଶିଆଲିଟି ଦାତବ୍ୟ ଚିକତ୍ସାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ

କେନ୍ଦ୍ରାପଡ଼ା, ୨୪/୦୨/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ୱାବଧାନରେ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲାରେ ଏକ ୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ଏନେଇ ସୋମବାରଦିନ  ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ୍ ର ରଜାଙ୍ଗ ଠାରେ ଶ୍ରୀ ପଣ୍ଡା ଏବଂ ସତ୍ୟସାଇ ବାବାଙ୍କ ସହଯୋଗୀ ପୂଜ୍ୟ ସ୍ୱାମୀଜୀ ମଧୁସୂଦନ ସାଇଙ୍କ କରକମଳରେ ଭୂମି ପୂଜା ସହିତ ଭିତିିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରକାଶ, କେନ୍ଦ୍ରାପଡ଼ା ଜିଲାବାସୀଙ୍କ ବହୁ ଦିନର ଦାବିକୁ ବିଚାର ବିମର୍ଷକରି ସାଂସଦ ଶ୍ରୀ ପଣ୍ଡା ଦେଶର ବିଭିନ୍ନ ଅଗ୍ରଣୀ ପ୍ରମୁଖ ଅନୁଷ୍ଠାନମାନଙ୍କ ସହିତ ଗତ ୨ବର୍ଷ ଧରି ଯୋଗାଯୋଗରେ ଥିଲେ ।

ଶେଷରେ ଶ୍ରୀ ପଣ୍ଡାଙ୍କ ଅନୁରୋଧକ୍ରମେ ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟ କେନ୍ଦ୍ରାପଡାରେ ଏକ ୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ପରେ କେନ୍ଦ୍ରାପଡ଼ା ଜନସାଧାରଣଙ୍କର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀ ପଣ୍ଡା ଗତ ଏପ୍ରିଲ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ । ଏବଂ ଆବଶ୍ୟକୀୟ ଭିତିଭୂମି ଯୋଗାଇଦେବାକୁ ଅନୁରୋଧ କରିଥିଲେ । ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟର ଓଡ଼ିଶାରେ ଏହା ପ୍ରଥମ ଚିକିତ୍ସାଳୟ ହେବାକୁ ଥିଲାବେଳେ ଏଥିପାଇଁ ଆବଶ୍ୟକୀୟ ୧୦ ଏକର ଜମି ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ୱାବଧାନରେ ଜିଲା ପ୍ରଶାସନ କେନ୍ଦ୍ରାପଡ଼ା ସ୍ଥିତ ଡେରାବିଶ ବ୍ଲକ ଅନ୍ତର୍ଗତ ରଜାଙ୍ଗ ଠାରେ ଚିହ୍ନଟ କରିଥିଲେ । ଏହି ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଓଡ଼ିଶାର ଜନସାଧାରଣ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା ପାଇବେ । ଏହି ପ୍ରକଳ୍ପଟି ୨୪ ମାସରେ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା କହିଛନ୍ତି ।

Leave a Reply

Your email address will not be published. Required fields are marked *