ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ସାଲେପୁର,୨୩/୦୨/୨୦୨୬ (ଓଡ଼ିଶା ସମାଚାର)- ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଗୀତା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଯେଉଁ ଅଂଚଳ ଯେତେ ଶିକ୍ଷିତ ସେ ଅଂଚଳ ସେତେ ବିକଶିତ ବୋଲି କହିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହୋଇ ନିଜ ପିତାମାତା, ଗୁରୁଜନ, ଶିକ୍ଷାନୁଷ୍ଠାନ ଏବଂ ଅଂଚଳର ନାମକୁ ଦେଶ ତଥା ଦେଶ ବାହାରେ ପରିଚିତ କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ତଥା ନାଟ୍ୟକାର ବିଜୟ ମଲ୍ଲ,ସାଲେପୁର ପଂଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗ ଦେଇ ବ୍ୟଙ୍ଗ କଥା ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବହୁ ଶିକ୍ଷଣୀୟ କଥା କହିବା ସହିତ ମନୋରଞ୍ଜନ କରିଥିଲେ । ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ନାଟକ ବୋଉ ମଂଚସ୍ଥ ହୋଇଥିବା ବେଳେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ଦ୍ୱାରା ଅଦିନ ଝଡ ନାଟକ ପରିବେଷଣ କରାଯାଇଥିଲା । ଅଧ୍ୟାପିକା ବୈଜୟନ୍ତି ନାୟକ, ଅଧ୍ୟାପକ ହୃଷିକେଶ ମହାରଣା, ଶାରଦା ପ୍ରସାଦ ମହାନ୍ତି ମଂଚ ପରିଚାଳନା କରିଥିବାବେଳେ ପ୍ରଶାସନିକ ଅଧିକାରୀ ରୀନା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରଥମେ ମହାବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କୁ ମୁଖ୍ୟ ଫାଟକ ପାଖରୁ ଏକ ଶୋଭାଯାତ୍ରାରେ ଅଣାଯାଇ ମଂଚରେ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *