ରାଜଧାନୀ ମହାବିଦ୍ୟାଳୟ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରୋବୋଟିକ୍ କର୍ମଶାଳା

ଭୁବନେଶ୍ୱର,୨୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଜିର ସମୟରେ ମଣିଷ ପରିବର୍ତେ ରୋବୋଟ୍ ସାହାଯ୍ୟରେ ଅନେକ ପ୍ରକାରର କ୍ମୃସାଧ୍ୟ ଏବଂ ଦୁଃସାଧ୍ୟ କାର୍ଯ୍ୟ କରାଯାଇ ପାରୁଛି ଓ ମୁନଷ୍ୟର ନିରାପତାକୁ ମଧ୍ୟ ସୁନିଶ୍ଚିତ କରିପାରୁଛି ବୋଲି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଜ୍ଞାନରଞ୍ଜନ ପାଣିଗ୍ରାହୀ କହିଛନ୍ତି ।
ଶୁକ୍ରବାର ରାଜଧାନୀ ମହାବିଦ୍ୟାଳୟ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ବିବିଏ ଓ ବିସିଏ ବିଭାଗର ମୁଖ୍ୟ ସଂଯୋଜକ ନିହାର ରଞ୍ଜନ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କନ୍ଫିଗରେବୁଲ୍ ରୋବୋଟିକ୍ ସମ୍ପର୍କିତ ଏକ କର୍ମଶାଳାରେ ଯୋଗଦେଇ ଡଃ ପାଣିଗ୍ରାହୀ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ କୃତି୍ରମ ବୁଦ୍ଧିମତା ପ୍ରୟୋଗ କରି ରୋବୋଟ୍ ସାହାଯ୍ୟରେ ଅଗ୍ରଣୀ ଦେଶଗୁଡ଼ିକ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିସାରିଲେଣି ବୋଲି କହିଥିଲେ ।

ଏହି ଅବସରରେ ଦୁଇଟି ରୋବୋଟ୍ ପ୍ରଦର୍ଶନ କରି ଏହା ୭ ପ୍ରକାରର ଆକାର ନେଉଥିବା ଏବଂ ସେସବୁ କାର୍ଯ୍ୟକାରିତା ବର୍ଣ୍ଣନା କରିଥିଲେ । ଡଃ ପାଣିଗ୍ରାହୀଙ୍କ ବକ୍ତବ୍ୟ ଏବଂ ରୋବୋଟ୍ ପ୍ରଦର୍ଶନରେ ଲୋକେଶ ପାତ୍ର, ତନୁଶ୍ରୀ ଲେଙ୍କା, ଇଣ୍ଡିଜିବିଲ୍ ହରସିତ୍ ପ୍ରମୁଖ ସହଯୋଗ କରିଥିଲେ । ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜକାନ୍ତ ଚୌଧୁରୀ ତାଙ୍କର ବକ୍ତବ୍ୟ ପ୍ରସଙ୍ଗରେ ରୋବୋଟ୍ ସମ୍ପର୍କିତ ଏକ ଚଳଚ୍ଚିତ୍ରର କାହାଣୀ ଅବତାରଣା କରିଥିଲେ ।

ଏସବୁ ସତ୍ୱେ ରୋବୋଟ୍ ମନୁଷ୍ୟର ପ୍ରତିବଦଳ ହୋଇପାରିବ ନାହିଁ ବୋଲି କହିଥିଲେ । ରାଜଧାନୀ ମହାବିଦ୍ୟାଳୟର ବିବିଏ ଓ ବିସିଏ ବିଭାଗର ମୁଖ୍ୟ ଟ୍ରଷ୍ଟି ମହେଶ ପଟ୍ଟନାୟକଙ୍କ ସମେତ ବିସିଏ ବିଭାଗର ମୁଖ୍ୟ ସୌମ୍ୟା ପଟ୍ଟନାୟକ, ଆସିଷ୍ଟାନ୍ଟ ପ୍ରଫେସର କୈବଲ୍ୟ କର, ପ୍ରଜ୍ଞା ପଦ୍ମଜା ପଣ୍ଡା, ମନୋଜ କୁମାର ମହାନ୍ତି ଏବଂ ମହାବିଦ୍ୟାଳୟର କର୍ମସଂସ୍ଥାନ ସଂଯୋଜକ ଡଃ ସୁବ୍ରତ ସାମଲଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହା ସହିତ ବିଭାଗର ଗଚ୍ଚମାଧ୍ୟମ ସଂଯୋଜକ ବିଶ୍ୱରଞ୍ଜନ ସାହୁ, ଯଶୋବନ୍ତ ଭୋଇ, ଅଜୟ କୁମାର ମାଣିଆ କାର୍ଯ୍ୟକ୍ରମର ସଫଳତା ଦିଗରେ ବୈଷୟିକ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *