ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ – ଓ”କାର୍ଯ୍ୟକ୍ରମ ଉଦଘାଟିତ

କେନ୍ଦ୍ରାପଡ଼ା, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତର ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “ନୂଆ- ଓ”ଯୁବ ଓଡିଶା ନବୀନ ଓଡିଶା ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାଳୟା ଦାଶ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭାଗବତପୁର ଗ୍ରାମପଂଚାୟତର ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ପ୍ରମିଳା ମିଶ୍ର ଯୋଗଦେଇ କ୍ରୀଡାର ଆଭିମୁଖ୍ୟ ବିଷୟରେ ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ । ନୋଡାଲ ଅଧିକାରୀ ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ କୁମାର ମଲ୍ଲ କାର୍ଯ୍ୟକ୍ରମ ସମ୍ପର୍କରେ ବିବୃତି ପ୍ରଦାନ କରିଥିଲେ । ଅଧ୍ୟାପକ ସୁବାଷ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଦାଶ କ୍ରୀଡା ଛାତ୍ରୀମାନଙ୍କ ଜୀବନରେ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଏଥିସହିତ ବିଭିନ୍ନ ବିଭାଗରେ ବହୁ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *