କସ୍ତୁରବା ଗାନ୍ଧୀଙ୍କର ପୁଣ୍ୟତିଥି ପାଳିତ

କଟକ,୨୩/୦୨/୨୦୨୬ (ଓଡ଼ିଶା ସମାଚାର)- ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଭଏସ୍ ଫର୍ ଭଏସ୍ଲେସ୍ ତରଫରୁ କଟକ ଜିଲା ଅନ୍ତର୍ଗତ ସତ୍ୟଭାମାପୁରସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠରେ କସ୍ତୁରବା ଗାନ୍ଧୀଙ୍କର ପୁଣ୍ୟତିଥିରେ ଏକ ସ୍ମୃତି ସଭା ଓ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ପାଦକ ଡକ୍ଟର ବିଭୁଦତ ଖଣ୍ଡାୟତ ରାୟ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ମୁଖ୍ୟଅତିଥି ଭାବେ ଅଜିତ୍ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ କନ୍ୟା ଆଶ୍ରମର ପରିଚାଳିକା ସନ୍ଧ୍ୟାରାଣୀ ମଲ୍ଲିକ ଯୋଗଦେଇ କସ୍ତୁରବା ଗାନ୍ଧୀଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କୁଳଦୀପ ସ୍ୱାଇଁ, ସୌମ୍ୟରଞ୍ଜନ ନାୟକ ପ୍ରମୁଖ ଏଥିରେ ଯୋଗ ଦେଇଥିଲା ବେଳେ ଗାନ୍ଧୀ ଶାନ୍ତି ସେବକ ଦେବୀ ପ୍ରସାଦ ପରିଜା ଧନ୍ୟବାଦ୍ ଦେଇଥିଲେ ।

Leave a Reply

Your email address will not be published. Required fields are marked *