ଶ୍ରୀମତୀ ଶ୍ରୀୟାଦେବୀ ସ୍ୱାଇଁ ପାଇଲେ “ଓଡ଼ିଶା ଆଇକନ ଆୱାର୍ଡ-୨୦୨୫”

ଭୁବନେଶ୍ୱର,୨୮/୦୮/୨୦୨୫ (ଓଡ଼ିଶା ସମାଚାର)- ସେଂଟର ଫର ଏଜୁକେଶନାଲ ଡେଭଲପମେଂଟ ଫାଉଣ୍ଡେସନ ଏବଂ ନୀତି ଆୟୋଗର ମିଳିତ ସହଯୋଗରେ,୨୬ ଅଗଷ୍ଟ, ୨୦୨୫ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଏହାର “୧୭ତମ ଶିକ୍ଷା ସମ୍ମିଳନୀ” ଆୟୋଜନ କରାଯାଇଥିଲା, ଯାହା ଦ୍ୱାରା ଉତ୍ସର୍ଗୀକୃତ ଶିକ୍ଷାବିତଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।

ତତ୍ ସହିତ “ଜାତୀୟ ଶିକ୍ଷା ନୀତି-୨୦୨୦”ର ପାଂଚ ବର୍ଷ ପୂର୍ତି ଉଦ୍ଧେଶ୍ୟରେ ଏକ ବକ୍ତୃତାମାଳା ଆୟୋଜନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ଅଂଚଳରୁ ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ଅବଦାନ ରଖୁଥିବା ଶିକ୍ଷକମାନେ ଏଠି ଯୋଗ ଦେଇଥିଲେ । ଏନସିଇଆରଟିର ପୂର୍ବତନ ନିର୍ଦେଶକ,ଡକ୍ଟର ହୃଷୀକେଶ ସେନାପତି ଓ ଡକ୍ଟର ଶଙ୍କର ଗୋଏଙ୍କା(ଏମ୍.ଡି., ୱାଓ ଫାଉଣ୍ଡେସନ) ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ,ମୁଖ୍ୟ ଅତିଥି ଓ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ,ବିଜେପି ନେତ୍ରୀ,କଟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ “ଜାତୀୟ ଶିକ୍ଷା ନୀତି- ୨୦୨୦” ର ସଫଳ ପ୍ରୟୋଗରେ ଶିକ୍ଷକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସିବିଏସଇ ସହୋଦୟ ସ୍କୁଲ କମ୍ପ୍ଲେକ୍ସ,ପୂର୍ବ ଓଡ଼ିଶା ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଡକ୍ଟର ପ୍ରିୟଦର୍ଶୀ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି ଅବସରରେ ରମ୍ଭା,ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ଶ୍ରୀୟାଦେବୀ ସ୍ୱାଇଁଙ୍କୁ “ଓଡ଼ିଶା ଆଇକନ ଆୱାର୍ଡ-୨୦୨୫” ରେ ସମ୍ମାନିତ କରାଯାଇଥିଲା । ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ,ଲେଖିକା ଓ ସଂଗଠକ ଭାବରେ ଏହି ଅଂଚଳରେ ପରିଚିତା ଅଟନ୍ତି ।

Leave a Reply

Your email address will not be published. Required fields are marked *