ଚୌଦ୍ୱାର ଜେଲ୍: ସୁନା ହଜାଇ ଟଙ୍କା ଫେରାଇଲେ ଜେଲର

କଟକ ସଦର, ୨୦/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନୈକା ମହିଳା ଅପରାଧୀ ଚୌଦ୍ୱାର ଜେଲ୍ କୁ ଯିଵା ସମୟରେ ଜେଲ୍ ମାନୁଆଲ ଅନୁସାରେ ପିନ୍ଧିଥିବା ସୁନା ଗହଣାକୁ ଓହ୍ଲାଇ କର୍ତୃପକ୍ଷଙ୍କ ଜିମା ଦେଇଥିଲେ। ହେଲେ ଜେଲରୁ ଖଲାସ ହେବା ଦିନ ମହିଳା ଜଣକ ତାଙ୍କର ସୁନା ଗହଣା ଫେରି ପାଇନଥିଲେ। ଗହଣା ଫେରି ପାଇବାକୁ ବାରମ୍ବାର ଜେଲ୍ କୁ ଦୌଡି ଦୌଡି ନିରାଶ ହେଵା ପରେ ଶେଷରେ ନ୍ୟାୟ ପାଇଁ ଚୌଦ୍ୱାର ଥାନା ରେ ଏତେଲା ଦେଇଥିଲେ। ହେଲେ ଏମିତି କଣ ହେଲା କେଜାଣି ମହିଳା ଙ୍କୁ ଡାକି ଜେଲ୍ କର୍ତୃପକ୍ଷ ସୁନା ଅଳଙ୍କାର ବଦଳରେ ୧ ଲକ୍ଷ ୯୦ ହଜାର ଟଙ୍କା ଫେରାଇ ଘଟଣାର ରଫାଦଫା କରିଦେଇଥିବା ଜଣାପଡିଛି। ହେଲେ ଜେଲରୁ ସୁନା ଅଳଙ୍କାର କୁଆଡେ ଗଲା, କାହିଁକି ଓ କିଏ ଟଙ୍କା ଭରଣା କଲେ, ରଫାଦଫା ପାଇଁ ପଡ଼ିଲା କି ଚାପ ବୋଲି ସାଧାରଣରେ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *