ବାରିପଦା,୨୩/୦୬/୨୦୨୫(ଓଡ଼ିଶା ସମାଚାର)- ୧୮ ନମ୍ବର ଜାତୀୟ ରାଜପଥ ବାଇଗଣ ବାଡିଆ କଲେଜ ଛକ ନିକଟରେ ଗୁଳିକାଣ୍ଡ ଘଟିଛି । ମଦ ଦୋକାନର କର୍ମଚାରୀଙ୍କୁ ଗୁଳି ମାଡ଼କରି ତାଙ୍କ ଠାରୁ ଟଙ୍କା ଲୁଟ୍ କରିବା ଉଦ୍ୟମ ବିଫଳ ହୋଇଛି ।
ସୂଚନା ମୁତାବକ, ସୋମବାର କୁଳିଅଣା ଠାରେ ଥିବା ବିଦେଶୀ ମଦ ଦୋକାନର କର୍ମଚାରୀ ଶିବାନନ୍ଦ ବାରିକ ୭ ଲକ୍ଷ ଟଙ୍କା ନେଇ ନିଜ ବାଇକ୍ ଯୋଗେ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ଏହି ସମୟରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅନୁସରଣ କରି କଲେଜ ଛକ ଅତିକ୍ରମ କରିବା ପରେ ଫାଙ୍କା ସ୍ଥାନରେ ଶିବାନନ୍ଦଙ୍କୁ ଅଟକାଇ ଶିବାନନ୍ଦଙ୍କ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ସେ ବ୍ୟାଗ ନ ଦେବାରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ମୋଟ୍ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିମଧ୍ୟରୁ ୨ ରାଉଣ୍ଡ ଗୁଳି ଶିବାନନ୍ଦ ଦେହରେ ବାଜିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ କାନ ଏବଂ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି । ସେ ଏବେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଦୂରରୁ ଦୁର୍ବୃତ୍ତ ଙ୍କୁ ଟେକା ମାଡ କରିଥିଲେ। ଟଙ୍କା ନେଇ ନପାରି ଶେଷରେ ଦୃର୍ବୁତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ କୁଳିଅଣା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।