ପାଟକୁରା, ୦୯/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ଗରଦପୁରସ୍ଥ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ଷା ବନ୍ଧନ ଉତ୍ସବରେ ପାଟକୁରା ୧୧ନମ୍ବର ମଣ୍ଡଳର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀ, ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ,ସାମାଜିକ କର୍ମୀ ମନ୍ମଥ ନାଥ ସାମନ୍ତରାୟ ଓ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ରକ୍ଷା ବନ୍ଧନର ବିଭିନ୍ନ ପୌରାଣିକ ଦିଗ ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ।
ଉତ୍ସବରେ କୁସୁମ ମହାପାତ୍ର, ମିନତୀ ମହାପାତ୍ର, ଗୀତାଞ୍ଜଳି ନାୟକ,ରୁକ୍ମଣୀ ମଲ୍ଲିକ, ଚିତ୍ତରଞ୍ଜନ ସେଠୀ,ସୂର୍ଯ୍ୟକାନ୍ତ ପଟ୍ଟନାୟକ, ଶିବବ୍ରତ ମହାପାତ୍ର, ଅତୀଶ ସାମନ୍ତ ନାୟକ, ଅତନୁ ପଣ୍ଡା, ନୀଳାମ୍ବର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ବିପିନ ବିହାରୀ ସାହୁ, ଗଙ୍ଗାଧର ସେଠୀ ଇତ୍ୟାଦି ଅନେକ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଇତ୍ୟବସରରେ ନାରୀ ନେତ୍ରୀ କୁସୁମ ମହାପାତ୍ର,ମିନତୀ ମହାପାତ୍ର, ଗୀତାଞ୍ଜଳି ନାୟକ ଓ ରୁକ୍ମଣୀ ମଲ୍ଲିକ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ହସ୍ତରେ ରାକ୍ଷୀ ବାନ୍ଧି ଦୀପ ପ୍ରଜ୍ୱଳନ ପୂର୍ବକ ବନ୍ଦାପନା କରିଥିଲେ ଓ ମିଷ୍ଟାନ ଖୁଆଇ ସମସ୍ତଙ୍କର ନିରୋଗ ଓ ଦୀର୍ଘ ଜୀବନ କାମନା କରିଥିଲେ।
