ବାଲିଗୁଡା ୧୪/୧୨/୨୦୨୫ (ଓଡିଶା ସମାଚାର) – ଶାନ୍ତି ମୈତ୍ରୀ ସ୍ଵେଛାସେବୀ ଅନୁଷ୍ଠାନର ୫୩ ତମ ପରିଚାଳନା ପରିଷଦ ବାର୍ଷିକ ବୈଠକ ଶାନ୍ତି ମୈତ୍ରୀର ମୁଖ୍ୟ କାର୍ୟ୍ୟାଳୟ ବାଲିଗୁଡ଼ା ରେ ଗତକାଲି ଶନିବାର ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ପ୍ରଣୟ କୁମାର ପରିଜା ସଭାପତିତ୍ତ୍ୱ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଭଗବାନ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ ।

ଅନୁଷ୍ଠାନ ୨୦୨୬-୨୭ ଆର୍ଥିକ ବର୍ଷ ରେ କିପରି ଅଧିକରୁ ଅଧିକ ପ୍ରକଳ୍ପ ଆମ ଅନୁଷ୍ଠାନ କୁ ଆସିପାରିବ ସେଥି ପାଇଁ ସମସ୍ତ ସଦସ୍ୟ ମାନଙ୍କ ର ସହଯୋଗ ଲୋଡ଼ି ଥିଲେ ।ଏଥି ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ର ସଫଳ ରୂପାୟନ ପାଇଁ ଶାନ୍ତିମୈତ୍ରୀ ଅନୁଷ୍ଠାନ ସର୍ବାଧିକ ଗୁରୁତ୍ୱ ଦେବବୋଲି ଶ୍ରୀଯୁକ୍ତ ଜେନା କହିଥିଲେ ।
ଏହି ବୈଠକ ରେ ଅନୁଷ୍ଠାନ ର ଉପସଭାପତି ସୁରେଶ କୁମାର ଯୋଗ ଦେଇ ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ଚାଲିଥିବା ସମସ୍ତ ପ୍ରକଳ୍ପ କୁ କିପରି ସୁଚାରୁ ରୂପେ ପରିଚାଳିତ କରାଯାଇ ପାରିବ ସେହି ସବୁ ବିଷୟ ରେ ଆଲୋଚନା କରିଥିଲେ । ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ପରିଚାଳନା ପରିଷଦ ସଦସ୍ୟ ମନୋଜ କୁମାର ଜେନା,ହେମନ୍ତ କୁମାର ମହନ୍ତ, ଶୁଭଲକ୍ଷ୍ମି ସାମଲ,ବନଜା ସାହୁ,ଲିପ୍ସା ରାଉତ,ଦୀପକ କୁମାର ରାଉତ ତାଙ୍କର ମତାମତ ଦେଇଥିଲେ ।ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ବିଭିନ୍ନ ପ୍ରକଳ୍ପ ର ମୁଖ୍ୟ ଅଧିକାରୀ ମାନେ ଏହି ସଭା ରେ ଯୋଗ ଦେଇ ପ୍ରକଳ୍ପ ର ଅଗ୍ରଗତି ବିଷୟ ରେ ପରିଚାଳନା ପରିଷଦ ସଦସ୍ୟ ଙ୍କୁ ଜଣାଇ ଥିଲେ।
ପରିଶେଷ ରେ ଶ୍ରୀଯୁକ୍ତ ଉଦୟନାଥ ନାୟକ ସମସ୍ତ ପରିଚାଳନା ପରିଷଦ ଦଦସ୍ୟ ଓ ଅନୁଷ୍ଠାନ ର ମୁଖ୍ୟ ପ୍ରକଳ୍ପ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।
