ବ୍ରହ୍ମପୁର,୧୭/୦୨/୨୦୨୬ (ଓଡ଼ିଶା ସମାଚାର)-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡ଼ ଆଗୁଳ ଗ୍ରାମ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହାଶିବରାତ୍ରୀ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ମାଁ କୁମାର ଦେବୀ ଯୁବ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ “ନିଆଁରେ ଜଳୁଛି କନକ ଲଙ୍କା” ନାଟକ ପରିବେଷଣ କରାଯାଇଥିଲା। ଜାଗର ଉପଲକ୍ଷେ ଆୟୋଜିତ ନାଟକକୁ ମନ୍ଦିର ପରିଚାଳନା କମିଟି ସଭାପତି ନବୀନ କୁମାର ପଟ୍ଟନାୟକ ଉଦ୍ଘାଟନ କରିବା ସହ କମିଟିର ସମସ୍ତ ସଦସ୍ୟ ଓ ଜାଗରରେ ସାମିଲ ଭକ୍ତଙ୍କୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମନ୍ଦିର କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ସଦସ୍ୟ ଗଜପତି ବିଶ୍ବାଳ, ରଞ୍ଜନ ପାଢ଼ୀ, ସୁବଳ ନାୟକ, ଚନ୍ଦ୍ର ଗୈଡ, କିରଣ ସେଠୀ, କିଶୋର ଚନ୍ଦ୍ର ଗୈଡ, ସୁଶାନ୍ତ ପ୍ରଧାନ, ବିପିନ ଗୈଡ, ହୃଷିକେଶ ପରିଡ଼ା, ପ୍ରତାପ ପଟ୍ଟନାୟକ, କୁମୁଦ ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ସୁଚାର ରୁପେ ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ଭାସ୍କର ସ୍ବାଇଁ, ପଙ୍କଜ ପରିଡ଼ା, ଗୋପାଳ ବିଶ୍ୱାଳ ଓ ଅର୍ଜୁନ ପ୍ରଧାନ କମିଟିର ସଦସ୍ୟତା ଗ୍ରହଣ କରିଥିଲେ ଓ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ନବଘନ ବିଶ୍ବାଳ କାର୍ଯ୍ୟକ୍ରମ ସଞ୍ଜୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ରାତ୍ରି ୧୦ ଘଣ୍ଟିକା ସମୟରେ ମହାଦିପ ସମର୍ପଣ କରାଯାଇଥିଲା।
