କଟକରୁ ଉଠିଵନି ଏସ୍ ଟି ଏ କାର୍ଯ୍ୟାଳୟ-ପରିଵହନ ମନ୍ତ୍ରୀ 

କଟକ ସଦର,୨୧/୧୧/୨୦୨୬(ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକରୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ ଟି ଏ) କାର୍ଯ୍ୟାଳୟ ଉଠିବନି କିମ୍ବା ଉଠିବାର କୌଣସି ଯୋଜନା ନାହିଁ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ କଟକ ମୁଦ୍ରଣ, ଲିଖନ ସାମଗ୍ରୀ ଓ ପ୍ରକାଶ ନିର୍ଦ୍ଦେଶାଳୟ ପରିସରରେ ଏସ୍ ଟି ଏ ମୁଖ୍ୟାଳୟ ନିର୍ମାଣ କରାଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ଘର ନିର୍ମାଣ ଦାୟିତ୍ବ ପୁଲିସ ହାଉସିଂ ବୋର୍ଡ ଓ ୱେଲଫେୟାର କର୍ପୋରେସନ୍ କୁ ଦାୟିତ୍ଵ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ଜଣାପଡିବା ପରେ କଟକରୁ ଏସ୍ ଟି ଏ ଅଫିସ୍ ଭୁବନେଶ୍ବରକୁ ଉଠିଯିଵ ବୋଲି ଲାଗି ରହିଥିବା ଅସନ୍ତୋଷ ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି।

Leave a Reply

Your email address will not be published. Required fields are marked *