ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ରେ ବନମହୋତ୍ସବ ପାଳନ

ଭୁବନେଶ୍ୱର,୦୪/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶୁକ୍ରବାର ଦିନ ଭୁବନେଶ୍ଵର ସ୍ଥିତ ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା ର ମିଳିତ ଉଦ୍ୟମରେ ବନମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ମହୋତ୍ସବ ରେ ମୁଖ୍ୟଅତିଥି ରୂପରେ ଜିଲ୍ଲା ଦୌରାଜଜ୍  ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତି ଙ୍କ ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷା ଶ୍ରୀମତୀ ସଲୋମି ସାହୁ ଏବଂ ଜିଲ୍ଲାର ଅନ୍ୟ ନ୍ୟାୟାଧିକାରି ମାନେ ମଧ୍ୟ  ଯୋଗ ଦେଇଥିଲେ ।

ବିଶ୍ଵବିଦ୍ୟାଳୟ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ  ସେମାନଙ୍କୁ ସ୍ଵାଗତ କରିବା ସହ ସମସ୍ତେ ମିଶି ବୃକ୍ଷରୋପଣ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ। ଏଥିସହିତ ଆଇନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପରିବେଶ ପ୍ରତି ରହିଥିବା ବିପଦ ଓ ବୃକ୍ଷରୋପଣ ଦ୍ଵାରା କିପରି ଏହାର ନିରାକରଣ ହୋଇପାରିବ ତାହା ଉପରେ ଅନେକ ଆଲୋଚନା ହେବା ସହ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି  ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣୀତ କରାଗଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବିଷୟ ଥିଲା ଏକ ପେଡ୍ ମା କେ ନାମ…

Leave a Reply

Your email address will not be published. Required fields are marked *